ads

Breaking News

ମାଟିଅତଡ଼ା ଖସି ମହିଳା ଶ୍ରମିକଙ୍କ ମୃତ



କଳାହାଣ୍ଡି------କଲାହାଣ୍ଡି ଜ଼ିଲ୍ଲା କଳମପୁର ବ୍ଲକ ବନ୍ଦକନା ଗାଁର ଜୟମାଝୀ ଙ୍କ ପତ୍ନୀ (35)ସୁଲୟା ଏକ ଟ୍ରାକ୍ଟରରେ ଶ୍ରମିକ ଭାବେ କାମ କରନ୍ତି ।  ଇନ୍ଦ୍ରାବତୀ ଦକ୍ଷିଣ କେନାଲ ନିକଟରେ ଥିବା ଏକ ପାହାଡ଼ରୁ ମାଟି ଖୋଲି ଟ୍ରାକ୍ଟରରେ ଭର୍ତ୍ତି କଲାବେଳେ ମାଟି ଅତଡ଼ା ଖସି ପଡିବା ଫଳରେ ଅତଡ଼ା ତଳେ ସୁଲୟା ପୋତି ହୋଇ ରହି ଯାଇ ଥିଲେ । ଏକ ଜେସିବି ସାହାଯ୍ୟରେ ମାଟି ଅତଡ଼ା ବାହାର କରି ସୁଲୟା କୁ ଉଦ୍ଧାର କରାଯାଇ ଥିଲେ ହେଁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ କଳମପୁର ପୋଲିସ ଘଟଣା ନିକଟକୁ ଯିବା ପୂର୍ବରୁ ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ କୁ ନେଇ ସାରି ଥିଲେ । ପୋଲିସ ର ବୁଝା ସୁଝା ସତେ ମୃତକଙ୍କୁ ଦାହ କରାଯାଇଥିଲା । 
କଳାହାଣ୍ଡି ରୁ ପ୍ୟାରୀଲାଲ ଦୁର୍ଗା ଙ୍କ ରିପୋର୍ଟ , ୧୧/୧୨/୨୦୨୦----୩,୪୦

ads

Blog Archive