ସରକାରୀ ବାସଭବନ ପାଳଟିଛି ଜୁଆ, ମଦୁଆ, ଓ ଅସାଧୁ ବ୍ୟକ୍ତି ଙ୍କ ଅଡ୍ଡା ସ୍ଥଳୀ
କଳାହାଣ୍ଡି ------କଳାହାଣ୍ଡି ଜ଼ିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅଧୀନରେ ଥିବା ଜ଼ିଲ୍ଲା ଗ୍ରାମ୍ୟଉନୟନ ବିଭାଗ ତରଫରୁ ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀ ମାନଙ୍କ ପାଇଁ ରହିବା ନିମନ୍ତେ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବାସଗୃହ ନିର୍ମାଣ କରିଛନ୍ତି । ଆଜି କୁ ଦୀର୍ଘ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ବ୍ଲକର ଆରଡି ବିଭାଗର କର୍ମଚାରୀ କିମ୍ବା ଯନ୍ତ୍ରୀ ମାନେ ଏହି ବାସଗୃହ ରେ ନ ରହି ନିକଟସ୍ଥ ୨୪ କିଲୋମିଟର ରେ ଥିବା ଧର୍ମଗଡ ରେ ରହି ଆସୁଛନ୍ତି । ଯାହା ଫଳରେ ଗୋଲାମୁଣ୍ଡା ବ୍ଲକର ଅନେକ ସ୍ଥାନରେ ବିଭିନ୍ନ ଉନୟନମୂଳକ କାର୍ଯ୍ୟ କରାଗଲେ ଠିକ ସମୟରେ ଘଟଣା ସ୍ଥଳକୁ କର୍ମଚାରି ଉପସ୍ଥିତ ରହି ପାରୁ ନ ଥବା ଗୋଲାମୁଣ୍ଡା ଅଞ୍ଚଳର ଜନସାଧାରଣ ଅଭିଯୋଗ କରିଛନ୍ତି । ବିଭିନ୍ନ ଉନୟନ କାମକରାଯାଉ ଥିବା ସମୟରେ କର୍ମଚାରି ନ ଥିବା ଯୋଗୁଁ ସମ୍ପୃକ୍ତ ଠିକାଦାର ଙ୍କ ମନମୁଖୀ ବା ବେପରୁଆ ର ସୁବିଧା ସୁଯୋଗ ପାଉଛନ୍ତି । ଏହି ନିର୍ମାଣ ଗୃହରେ କୌଣସି କର୍ମଚାରୀ ବାସ ନ କରୁ ଥିବା ଯୋଗୁଁ ମଦ୍ୟପ, ଓ ଜୁଆଡି ମାନଙ୍କ ର ଅସାଧୁ କାର୍ଯ୍ୟ ଚାଲୁ ଥିବାର ଦୃଷ୍ଟି ଗୋଚର ହେଉଛି । ଏହିଠି ପ୍ରଶ୍ନ ଉଠୁଛିଯେ, ସରକାର ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରି ଗୃହ ନିର୍ମାଣ କରାଇ ଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ, କର୍ମଚାରି କାହିଁକି ରହୁ ନାହାନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ଲୋକମାନେ କହନ୍ତି । ଗୋଲାମୁଣ୍ଡା ବ୍ଲକ ରେ ଚାଲୁଥିବା ବିଭିନ୍ନ ଉନୟନମୂଳକ କାର୍ଯ୍ୟସ୍ଥଳରେ କର୍ମଚାରି ଉପସ୍ଥିତ ନ ରହି ଲକ୍ଷ ଲକ୍ଷ ଟଙ୍କାର ବିଲ କିପରି ହେଉଛି ତାହା ସରକାର ଙ୍କ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି । ଏଥିପ୍ରତି ଜ଼ିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି ।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ , ୧୧/୧୨/୨୦୨୦-----୩,୪୫


