ads

Breaking News

ଧରାକୋଟରେ ଭାରତ ବନ୍ଦ ର ପ୍ରଭାବ




  ଧରାକୋଟ-- କେନ୍ଦ୍ର ସରକାର ଆଣିଥିବା ନୂତନ କୃଷି ବିଲ କୁ ବିରୋଧ କରି କୃଷକ ସଙ୍ଗଠନ ଦେଇଥିବା ଆଜି ଭାରତ ବନ୍ଦ ଡାକରା ରେ ଗଞ୍ଜାମ ଜିଲ୍ଲା ଧରାକୋଟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।  ଜାତୀୟ କଂଗ୍ରେସ ଏହି ବନ୍ଦ କୁ ସମର୍ଥନ କରିଛି। ଧରକୋଟ ଠାରେ କଂଗ୍ରେସ ଦଳ ତରଫରୁ ଆଜି ବିଭିନ୍ନ ରାସ୍ତା ସହ 59 ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ସେହିପରି ସମସ୍ତ ଦୋକାନ ବଜାର, ବ୍ଲକ ,ତହସିଲ, ସରକାରୀ, ବେସରକାରୀ, କାର୍ଯ୍ୟଳୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି। କେନ୍ଦ୍ର ସରକାର ଆଣିଥିବା ନୂତନ କୃଷି ଆଇନ କୁ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନ ଭୟାଭୟ ହେବ ବୋଲି ସାନଖେମୁଣ୍ଡି ବିଧାୟକ ଙ୍କ ପ୍ରତିନିଧି ଶତ୍ରୁଘ୍ନ ଗୌଡ଼ ଓ ଜିଲ୍ଲା କଂଗ୍ରେସ ସମ୍ପାଦକ ସୁନୀଲ କୁମାର ଚୌଧୁରୀ, ବିଶ୍ୱନାଥ ପ୍ରଧାନ କହିଛନ୍ତି। ଏଥିରେ ଯୁବ ପତିଭା ହିମାଂଶୁ ଶେଖର ସ୍ୱାଇଁ, ସୁଶାନ୍ତ କୁମାର ବେହେରା, ଭଜରାମ ସ୍ୱାଇଁ, ପ୍ରଶାନ୍ତ କୁମାର ଜେନା, କୃତ୍ତିବାସ ସ୍ୱାଇଁ, ସଞ୍ଜୟ ରଇତ, ଜାକବ ମଣ୍ଡଳଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ସେହିପରି ଆଇନ ଶୃଙ୍ଖଳା ପାଇଁ ପୋଲିସ ମୃତୟନ ହୋଇଥିବା ଦେଖିବାକୁ ମିଳିଛି।

   ରିପୋର୍ଟ -  ଧରାକୋଟ ରୁ କାଳୁ ଚରଣ ମହାପାତ୍ର, ୯/୧୨/୨୦୨୦,-----୬,୩୩

ads

Blog Archive