ads

Breaking News

ଭାରତ ବନ୍ଦ କୁ ସମର୍ଥନ କୃଷକ ସଙ୍ଗଠନ ପକ୍ଷରୁ ଚକା ଜାମ ଆନ୍ଦୋଳନ

 ଜଗତସିଂହପୁର-----କେନ୍ଦ୍ର ସରକାର ଙ୍କ ଚାଷୀ ମାରଣ ନୀତି ପ୍ରତ୍ୟାହାର ଦାବିରେ ଆଜି ସର୍ବ ଭାରତୀୟ କୃଷକ ସଙ୍ଗଠନ ଡାକରା ରେ ଭାରତ ବନ୍ଦ ପାଳିତ ହୋଇଯାଇଛି ।  କୁଜଙ୍ଗ ଠାରେ ନବନିର୍ମାଣ କୃଷକ ସଙ୍ଗଠନ ଓ ଅଖିଲ ଭାରତୀୟ କୃଷକ ସଭା ପକ୍ଷରୁ ଚାଷୀ ମନେ ବନ୍ଦ ପାଳନ କରିଥିଲେ । ଚାଷୀ ମାରଣ ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇ କୁଜଙ୍ଗ ବଜାର ପରିକ୍ରମା କରିବା ସହ ଚାଷୀ ମନେ କଟକ ପାରାଦୀପ ରାସ୍ତା ଅବରୋଧ କରିବା ସହ ପ୍ରତିବାଦ କରିଥିଲେ ଫଳରେ ରାସ୍ତାରେ ଗାଡ଼ି ଚଳା ଚଳ ବନ୍ଦ ରହିଥିଲା । ସେହିପରି ଦୋକାନ ବଜାର ବ୍ୟବସାୟ ପ୍ରତିଷ୍ଠାନ ପ୍ରଭୁତି ବନ୍ଦ ରହିଥିଲା । କୃଷିଜାତ ଦ୍ରବ୍ୟର ସଠିକ ମୂଲ୍ୟ ନିର୍ଦ୍ଧାରଣ, ପ୍ରାଇସ ପ୍ରେଷ୍ଟିଜ ଓ ପେନସନ ଇତ୍ୟାଦି ଯୋଗାଇଦେବା ସହିତ ସ୍ୱମୀନାଥନ କମିଟି ର ସୁପାରିଶ କୁ କାର୍ଯ୍ୟକାରୀ କରିବା ସହ କେନ୍ଦ୍ର ସରକାର ଆଣିଥିବା କୃଷି ବିଲ କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । 
    ଜଗତସିଂହପୁର ରୁ ପ୍ରଳୟ ମହାପାତ୍ର , ୯/୧୨/୨୦୨୦------ ୬,୪୦

ads

Blog Archive