ଜଟଣୀରେ ବିଭିନ୍ନ ସଂଘଠନ ତରଫରୁ ଭାରତ ବନ୍ଦ ଡାକରାକୁ ସମର୍ଥନ
ଜଟଣୀ----- - କୃଷକ ବିରୋଧୀ ୩ ଟି ଆଇନ ପ୍ରତ୍ୟାହାର ଦାବି, ଜନ ବିରୋଧୀ ବିଦ୍ୟୁତ ବିଲ 2020 ପ୍ରତ୍ୟାହାର ଦାବି, ଏମ. ଏସ. ସ୍ୱାମୀନାଥଙ୍କ କମିଶନ ସୁପାରିଶ ଅନୁଯାଇ ସମସ୍ତଙ୍କ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ଆଇନ ପ୍ରଣୟନ, ଦିଲ୍ଲୀ ଚଲୋ ସଂଘର୍ଷରତ କୃଷକ ମାନଙ୍କ ଉପରେ ମିଥ୍ୟା ମକଦ୍ଦମା ପ୍ରତ୍ୟହାର ଏବଂ ପେଟ୍ରୋଲ, ଡିଜେଲ ବାରମ୍ବାର ଦରବୃଦ୍ଧି ବନ୍ଦ ଦାବି ନେଇ ଜଟଣୀ କଂଗ୍ରେସ ତରଫରୁ ବାଇକ ରାଲି ମାଧ୍ୟମରେ ସହର ପରିକ୍ରମା କରି ଶାନ୍ତିପୂର୍ଣ୍ଣ ଭାବେ ବନ୍ଦକୁ ସମର୍ଥନ କରିଥିଲେ ।
ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି, ଓଡିଶା ପକ୍ଷରୁ ଖୋର୍ଦ୍ଧାରୋଡ଼ ଷ୍ଟେସନରେ ରେଳ ରୋକ କରିଥିଲେ । ଜଟଣୀ ଶ୍ରମିଜ ନେତା ନିରଞ୍ଜନ ବେହେରା ଏବଂ କୃଷକ ନେତା ସାରଙ୍ଗ ଧର ବେହେରାଙ୍କ ନେତୃତ୍ୱରେ ପଚାଶରୁ ଅଧିକ ସମର୍ଥକଙ୍କ ସାହାଯ୍ୟରେ ଜଟଣୀ, ଖୋର୍ଦ୍ଧା ମୁଖ୍ୟ ରାସ୍ତାକୁ ପଦନପୁର ପଞ୍ଚାୟତର ବେଲପଡା ଠାରେ ରାସ୍ତାରୋକ କରିଥିଲେ । ଏହିପରି ଏ. ବି. ଭି. ପି, ଏ. ଆଇ. ସି. ସି. ଟି. ୟୁ., ଏ. ଆଇ. ଏ. କେ. ଏସ ପକ୍ଷରୁ ଜଟଣୀର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଭାରତ ବନ୍ଦକୁ ସଫଳତା କରିଥିଲେ ।
ଜଟଣୀ -ରଙ୍ଗନାଥ ବେହେରା ,୯/୧୨/୨୦୨୦---- ୬,୩୦





