ads

Breaking News

୨୫ଶହ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଲାଞ୍ଚୁଆ ପଶୁ ଡାକ୍ତର


  ପିପିଲି--- ଫନି ବାତ୍ୟାରେ ପ୍ରତାପ ଚନ୍ଦ୍ର ଖଟୋଇଙ୍କର କୁକୁଡା ଫାର୍ମ ନଷ୍ଟ ହୋଇଥିଲା । ତାଙ୍କର ପଲଟି ଫାର୍ମ ପାଇଁ ୭୦ ହଜାର ଟଙ୍କା ଋଣ ମଞ୍ଜୁର କରିବା ପାଇଁ ୨୫ଶହ ଟଙ୍କା ଲାଞ୍ଚ ମାଗିଥିଲେ । ଏ ସମ୍ପର୍କରେ ପ୍ରତାପ ଭୁବନେଶ୍ୱର ଭିଜିଲାନ୍ସସ ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇଥିଲେ । କେମିକାଲ ଲଗା ଟଙ୍କା ପ୍ରତାପ ପିପିଲି ପଶୁ ଡାକ୍ତର ସୁରେଶ ଚନ୍ଦ୍ର ବେହେରାଙ୍କୁ ଦେଇଥିଲା । ଶ୍ରୀ ବେହେରା ଟଙ୍କା ନିଜ ସାର୍ଟ ପକେଟରେ ରଖିବା ପରେ ସେଠାରେ ଛପିକି ଥିବା ଭିଜିଲାନ୍ସ ଟିମ ଡ. ଶ୍ରୀ ବେହେରାଙ୍କୁ କାବୁ କରି ତାଙ୍କ ଠାରୁ କେମିକାଲ ଲଗା ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଛି । ଆସନ୍ତା କାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ଅଧିକାରୀଙ୍କ ଠାରୁ ଜଣାପଡିଛି ।  ପିପିଲିରୁ ବିଜୟ କୁମାର ମହାପାତ୍ର, ୯/୧୨/୨୦୨୦, ୯,୩୦

ads

Blog Archive