ads

Breaking News

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

 ବରଗଡ଼---- ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଦହିତା ପଞ୍ଚାୟତ ନିର୍ବାହୀ ଅଧିକାରୀ ପୁରନ୍ଦର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛନ୍ତି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ ହୋଇଥିବା ଭିଜିଲାନ୍ସ ଅଧିକାରୀ କହିଛନ୍ତି।ଆଜି ସକାଳେ ତାଙ୍କର  ବ୍ୟାଙ୍କ ଏକାଉଣ୍ଟ, ଜମି କାଗଜ ପତ୍ରର ଯାଞ୍ଚ କରାଯାଇଛି। ଚଢ଼ଉ ଶେଷ ହେଲେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି। ବରଗଡ଼ ରୁ ନବୀନ ଦାଶଙ୍କ ରିପୋର୍ଟ,୯/୧୨/୨୦୨୦,   ୧୨,୫୮

ads

Blog Archive