ads

Breaking News

ଭିକାରୀ ମୁକ୍ତ ହେବ ଏକାମ୍ରକ୍ଷେତ୍ର

  ଭୁବନେଶ୍ୱର  ---- ଲିଙ୍ଗରାଜ ବିକାଶ ଯୋଜନା (ଏକାମ୍ର)ରେ ୯୦% ଲୋକଙ୍କଠାରୁ ଜମି ଅଧିଗ୍ରହଣ କାର୍ଯ୍ୟ ସରିଯାଇଛି। ବାକି ଥିବା ଜମିକୁ ଡିସେମ୍ବର ଶେଷ ସୁଦ୍ଧା ଅଧିଗ୍ରହଣ କାର୍ଯ୍ୟ ପୁରା ହେବ ବୋଲି ନୋଡାଲ ଅଧିକାରୀ ତଥା ବିଏମସି ଡେପୁଟି କମିଶନର କମଲଜିତ୍ ଦାସ କହିଛନ୍ତି। ସେହିପରି ବର୍ତ୍ତମାନ ସାନିଟାରିଅମ୍ ଛକରୁ ଲିଙ୍ଗରାଜ ମନ୍ଦିର ଯାଏ ଏକ ୬୦ ଫୁଟ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି ରାସ୍ତା ନିର୍ମାଣ ସରିଲେ ଶ୍ରଦ୍ଧାଳୁ ସୁଗମ ଭାବେ ମନ୍ଦିର ନିକଟରେ ପହଞ୍ଚିପାରିବେ। ଏଥିସହ ମହା ଶିବରାତ୍ରୀ ସମୟରେ କିପରି ଭକ୍ତମାନେ ସୁବିଧା ଭାବେ ଦର୍ଶନ କରିପାରିବେ ବୋଲି ବିଏମସି ପକ୍ଷରୁ ପ୍ରକାଶ କରାଯାଇଛି।
ଅନ୍ୟପକ୍ଷେ ବିଏମସି କର୍ତ୍ତୃପକ୍ଷ ଏବେ ଅଧିଗ୍ରହଣ କାର୍ଯ୍ୟ ସାରିବାକୁ ଲୋକଙ୍କ ଘରକୁ ଯିବା ସହ କୋଭିଡ୍ ଗାଇଡି ଲଇନ ପାଳନ କରି ଜମି ମାଲିକଙ୍କଠାରୁ ଦସ୍ତଖତ କରୁଥିବା ବିଏମସି ପକ୍ଷରୁ ପ୍ରକାଶ ପାଇଛି। 
ସେହିପରି ଅନ୍ୟ ଏକ ଯୋଜନା ଭାବେ ଏକାମ୍ର କ୍ଷେତ୍ରକୁ ଭିକାରୀ ମୁକ୍ତ କରିବାକୁ ବିଏମସି ନିଷ୍ପତ୍ତି ନେଇଛି। ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ଥିବା ଭିକ୍ଷୁକମାନଙ୍କୁ ରାଜ୍ୟ ସରକାରଙ୍କ ‘ସହାୟ’ ଯୋଜନାରେ ଥଇଥାନ କରାଯାଇ ସମାଜର ମୁଖ୍ୟ ଶ୍ରୋତରେ ସାମିଲ କରିବାକୁ ଚେଷ୍ଟା କରାଯିବ ବୋଲି ବିଏମସି କହିଛି। ବର୍ତ୍ତମାନ ଏକାମ୍ରକ୍ଷେତ୍ରରେ ବିଏମସି ଭିକାରୀ ଚିହ୍ନଟ କରିବା ଆରମ୍ଭ କରିଥିବାବେଳେ ସେମାନଙ୍କୁ ତାଙ୍କ ନିଜ ଘର ନଚେତ୍ ସେଲ୍ଟର ହୋମରେ ଛାଡ଼ିବାକୁ ନିଷ୍ପତ୍ତି ନିଆଯାଇଛି। 

ଧୀରେନ୍ଦ୍ର ସେନାପତି, ୯/୧୨/୨୦୨୦---- ୧୨,୪୫

ads

Blog Archive