ads

Breaking News

ବ୍ରିଟେନରେ ଆଲର୍ଜି ଥିବା ଲୋକଙ୍କୁ ଫାଇଜର ଟିକା ମନା


ଲଣ୍ଡନ,------ ବ୍ରିଟେନ ଗତ ମଙ୍ଗଳବାର ଠାରୁ ଫାଇଜର କୋଭିଡ୍ ଟିକାକରଣ ଆରମ୍ଭ ହୋଇଛି ।  ଏହି ପ୍ରଥମ ପର୍ଯ୍ୟାୟରେ ଟିକା ନେଇଥିବା ଦୁଇଜଣ ବ୍ୟକ୍ତିଙ୍କ ଠାରେ ଆଲର୍ଜି ପରିଲକ୍ଷିତ ହୋଇଛି। ବୁଧବାର ଏହି ସୂଚନା ଦେଇଛନ୍ତି ବ୍ରିଟେନ୍ ଭେଷଜ ନିୟନ୍ତ୍ରକ। ମେଡିସିନ୍ ଓ ହେଲ୍ଥ କେୟାର ଉତ୍ପାଦ ନିୟନ୍ତ୍ରଣକାରୀ ଏଜେନ୍ସିର ମୁଖ୍ୟ ନିର୍ବାହୀ ଅଧିକାରୀ ଜୁନେ ରାଇନେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ମଙ୍ଗଳବାର ରାତିରେ ଫାଇଜର ଟିକା ନେଇଥିବା ଦୁଇଜଣ ବ୍ୟକ୍ତିଙ୍କ ଠାରେ ଆଲର୍ଜି ଦେଖା ଯାଇଥିବା ରିପୋର୍ଟ ମିଳିଛି। ଆମେ ଏ ସମ୍ପର୍କରେ ସଚେତନ ଅଛୁ। ମାନବୀୟ ପରୀକ୍ଷଣ ସମୟରୁ ଆମେ ସଜାଗ ରହିଛୁ। ନ୍ୟାସନାଲ ମେଡିକାଲ ଡାଇରେକ୍ଟର ଷ୍ଟିଫେନ୍ ପୋୱିସ କହିଛନ୍ତି, ନୂଆ ଟିକାର ପ୍ରାରମ୍ଭିକ ବ୍ୟବହାର ସମୟରେ ଏଭଳି ଆଲର୍ଜି ପରିଲକ୍ଷିତ ହେବାର ଯଥେଷ୍ଟ ସମ୍ଭାବନା ଥାଏ। ଟିକା ନେବା ପରେ ଯେଉଁ ଦୁଇଜଣଙ୍କ ଠାରେ ଆଲର୍ଜି ଦେଖାଦେଇଛି ସେ ଦୁହିଁଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ଭଲରହିଛି। ଉଲ୍ଲେଖଯୋଗ୍ୟ ବ୍ରିଟେନ୍ ଓ ବାହାରିନରେ ଫାଇଜର ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିସାରିଥିଲା ବେଳେ ଏବେ ଭାରତ ସରକାରଙ୍କ ଅନୁମତି ପାଇଁ ଆବେଦନ କରିଛି ଫାଇଜର। ଧୀରେନ୍ଦ୍ର ସେନାପତି,୧୦/୧୨/୨୦୨୦------ ୪,୩୦

ads

Blog Archive