ads

Breaking News

ଓଡ଼ିଶାରେ ରାଜ୍ୟ ବିଜେପିର ନବନିଯୁକ୍ତ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ


ଭୁବନେଶ୍ୱର, ----- ରାଜ୍ୟ ବିଜେପିର ନବନିଯୁକ୍ତ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ପ୍ରଥମକରି ଓଡ଼ିଶା ଆସିଛନ୍ତି। ବୁଧବାର ରାତ୍ର ୮ଟାରେ ସେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜିଲ୍ଲା ସଭାପତି ବାବୁ ସିଂ ତାଙ୍କୁ ପାଛୋଟି ଆଣିଥିଲେ। ସୂଚନା ମୁତାବକ ଆଗାମୀ ତିନି ଦିନ ଓଡ଼ିଶାରେ ରହିବା ସହ ବିଜେପିର ରାଜ୍ୟ ସଂଗଠନକୁ ନେଇ ଅଙ୍କ କଷିବେ ପୁରନ୍ଦେଶ୍ୱରୀ।

ଏନେଇ ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ପ୍ରଥମ କରି ନୂଆ ପ୍ରଭାରୀ ଓଡ଼ିଶା ଆସିଛନ୍ତି। ତେଣୁ ଆଗାମୀ ତିନି ଦିନ ମଧ୍ୟରେ ସେ ରାଜ୍ୟ ସଂଗଠନର ନେତୃତ୍ୱଙ୍କ ସହ ଆଲୋଚନା କରି ଏଠାକାର ସାଂଗଠନିକ ସ୍ଥିତି ସମ୍ପର୍କରେ ପଚାରି ବୁଝିବେ। ବିଶେଷ କରି ରାଜ୍ୟରେ ଦଳର ସଂଗଠନକୁ ସୁଦୃଢ଼ କରିବା ପାଇଁ କଣ କଣ କରିବାକୁ ପଡ଼ିବ ଏନେଇ ରାଜ୍ୟ ନେତୃତ୍ୱଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ନେତୃତ୍ୱଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହ କଥା ହେବେ ପ୍ରଭାରୀ। ଆଗକୁ ସେ ଏନେଇ ନିଜର ସାଂଗଠନିକ ଦକ୍ଷତାକୁ ଲଗାଇ ସ୍ୱତନ୍ତ୍ର ରଣନୀତି ମଧ୍ୟ ପ୍ରସ୍ତୁତ କରିବେ। ଏହି ଗସ୍ତରେ ସେ କେବଳ ଦଳୀୟ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆଗାମୀ ଦିନରେ ସେ ପୁଣି ଓଡ଼ିଶା ଆସି ବିଭିନ୍ନ ଜିଲ୍ଲା ଗସ୍ତ କରିବେ ବୋଲି ହରିଚନ୍ଦନ କହିଛନ୍ତି।

ଧୀରେନ୍ଦ୍ର ସେନାପତି,୧୦/୧୨/୨୦୨୦------ ୫,୦୦

ads

Blog Archive