ads

Breaking News

ଶାଳଣିଆଁରେ ଲକ୍ଷ୍ମୀପୂଜା ପ୍ରସ୍ତୁତି ବୈଠକ

 B Biswal
hatadhi News
ହାଟଡ଼ିହି---- ଶାଳଣିଆଁ ଠାରେ ପ୍ରସିଦ୍ଧ ଲକ୍ଷ୍ମୀପୂଜା ପାଇଁ ବଜାର କମିଟି ପକ୍ଷରୁ ଏକ ପ୍ରସ୍ୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶେଷକରି ଚଳିତବର୍ଷ ଲକ୍ଷ୍ମୀପୂଜାକୁ କିପରି ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେ ସମ୍ପର୍କରେ  ଆଲୋଚନା ହୋଇଥିଲା । ପ୍ରତିବର୍ଷ କିଛି ଉତ୍ସୃଙ୍ଖଳ ବ୍ୟକ୍ତି ଝଗଡାଝାଟି କରି ଅଶାନ୍ତି ସୃଷ୍ଟି କରୁଥିବାରୁ ସେ ସମ୍ପର୍କରେ ଆଲୋଚନା କରାଯାଇ ଦୃଢ଼ ପଦକ୍ଷେପ ନେବା ପାଇଁ ନିଷ୍ପତି ହୋଇଥିଲା । ପୂଜାର ସୁପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଥିଲା । ଏଥିରେ ବୈଲୋଚନ ରାଉତ, ଦିଲ୍ଲିପ କୁମାର ଦାସ, ସନାତନ ଜେନା, ବିଜୟ ବେହେରା, ଅମୁଲ୍ୟ ଶଙ୍ଖୁଆ, ଦିପ୍ତୀ ରଞ୍ଜନ ବେହେରା, ଅନନ୍ତ ବାରିକ, ବ୍ରହ୍ମାନନ୍ଦ ଜେନା, ଗିରିଶ ଚନ୍ଦ୍ର ସ୍ୱାଇଁ, କାହ୍ନୁ କବି, ବାପୁ ନାୟକ, ନିତ୍ୟାନନ୍ଦ ବେହେରା, ଚଗୁଲୁ ସାହୁ, ପଙ୍କଜ ନାୟକ, ସୁରେନ୍ଦ୍ର ବେହେରା, ଗୋଲଖ ନାଥ, ମାନସ ବେହେରା, ଶକ୍ତି ଶଙ୍କର ଖଣ୍ଡେଇ, ପିଷ୍ଣୁ ଚନ୍ଦ୍ର ଜେନା ପ୍ରମୁଖ ମନୋନୀତ ହୋଇଥିବାବେଳେ ବିରେନ ବିଶ୍ୱାଳ, ଅନାଥ ନାୟକ, କାଳନ୍ଦୀ ସାହୁ, ପ୍ରତାପ ଦେଓ, ସୁବାସ ପେଡା, ଚିନ୍ତାମଣୀ ଦାସ, ସୁବାସ ବେହେରା, ଅଶୋକ ବେହେରା, ରତିକାନ୍ତ ପୃଷ୍ଟି, ଅମର ସେଠୀ ପ୍ରମୁଖ ଉପଦ୍ଦେଷ୍ଟା ଭାବେ ରହିଛନ୍ତି । ଏଠାରେ ୧୦ଦିନ ଧରି ଲକ୍ଷ୍ମୀପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଥାଏ  । ଏହି ପୂଜା ଦେଖିବା ପାଇଁ  ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ ।
 ହାଟଡିହିରୁ ବିକାଶ ବିଶ୍ୱାଳ
sakhigopal news
hatadihi news

ads

Blog Archive

Popular Posts