ads

Breaking News

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ବିଜେପିର ପଦଯାତ୍ରା

ବରୀ ---  ବୁଧବାର ପବିତ୍ର ଗାନ୍ଧୀ  ଓ ଶାସ୍ତ୍ରୀ ଜୟନ୍ତୀ ଅବସରେର ବରୀ ବିଜେପି  ମଣ୍ଡଳ ପକ୍ଷରୁ  ଗାନ୍ଧୀ ସମ୍ପର୍କ  ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବରୀ ବିଜେପି  ଯୁବନେତା  ବିଶ୍ୱ ରଂଜନ ମଲକ୍ଲିଙ୍କ ନେତୃତ୍ୱରେ  ଯାଜପୁର ଲୋକ ସଭା ପ୍ରାର୍ଥୀ ଅମିୟକାନ୍ତ ମଲ୍ଲିକ,ବରୀବ୍ଲକ ଅଧ୍ୟକ୍ଷା ଶୁବାଶିନି ନାଥ ଶର୍ମା, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର,  ଜିଲ୍ଲା ପରିଷଦ  ସଭ୍ୟା ରଂଜିତା ସାମଲ ଏହି ପଦ ଯାତ୍ରାରେ ସାମିଲ ହୋଇଥିଲେ । ବରୀ-ମାଉଣ୍ଡ ଶିବି ପୀଠରୁ ବାହାରି ଅରଙ୍ଗାବାଦ୍ , ଦେଇ ବରୀ ଦରଘା,ମଲ୍ଲିଆଘାଇ, ଓ ଶେଷରେ ବରୀ ବ୍ଲକାଠାରେ ପହଞ୍ଚିଥିଲେ । ଏହି ପଦଯାତ୍ରାରେ ବିଭିନ୍ନ ପଞ୍ଚାୟତରୁ ଆସି ଥିବା ସରପଞ୍ଚ, ସଭ୍ୟ/ସଭ୍ୟା ,ମହିଳା ଓ ଦଳିୟ କର୍ମୀ ମାନେ  ଉପସ୍ଥିତ ରହିଥିଲେ  । ଗାନ୍ଧୀଜିଙ୍କ ପିୟ ସଂଗୀତ ଗୀତ ଗାଇ ଗ୍ରାମ ପରିକ୍ରମା କରାଯାଇଥିଲା  ।  ଅନ୍ୟମାନଙ୍କ ମଧ୍ୟରେ  ସରପଞ୍ଚ ବିଜୟ କିଶୋର ସାହାଣି,ଶ୍ରୀଧଳ ଧଳ,ବିରେନ୍ଦ୍ର ମିଶ୍ର,ରମାକାନ୍ତ ମଲ୍ଲିକ,ସୁଶାନ୍ତ ମଲ୍ଲିକ,ସମିତି ସଭ୍ୟ ପ୍ରଫୁଲ ସାମଲ, ଅଙ୍କୁର ମଲ୍ଲିକ,ପ୍ରଣବ ପ୍ରକାଶ ଦାସ, ସଭ୍ୟା ବନଜା ମଲ୍ଲିକ,ବିଜୟ ଲକ୍ଷ୍ମୀ ସେଠୀ, ପ୍ରମୁଖ ପଦ ଯାତ୍ରାରେ ସାମିଲ ହୋଇ ପଦ ଯାତ୍ରାକୁ ସଫଳ କରିଥିଲେ ।

 ବରୀରୁ ଦର୍ଶନ ବେହେର ।ରିପୋର୍ଟ -

ads

Blog Archive

Popular Posts