ads

Breaking News

ବ୍ରହ୍ମଗିରି ବ୍ଳକରେ ଆରମ୍ଭ ହେଲା ପ୍ରଫୁଲ ଯୋଜନା

  ପୁରୀ--_---    ଫନି ପରେ ପୁରୀ ଜିଲ୍ଲାରେ ଥିବା ଦିବ୍ୟାଙ୍ଗ ମାନଙ୍କୁ ସବୁକ୍ଷେତ୍ରରେ ସମର୍ଥ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରଫୁଲ ଯୋଜନା। ବ୍ରହ୍ମଗିରି ବ୍ଳକର ସରକାରୀ ଉଚ୍ଚ  ବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମଣ୍ଡଳ ଉନ୍ନୟନ ଅଧିକାରୀ ଜ୍ଯୋତି ପ୍ରକାଶ ସେଠୀ ଉଦ୍ଘାଟନ କରିଥିଲେ ।   ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଜ୍ଞା ପରମିତା ପ୍ରିୟଦର୍ଶିନୀ, ମଣ୍ଡଳ ଶିକ୍ଷ୍ୟା ଅଧିକାରୀ ପ୍ରଫୁଲ ଚନ୍ଦ୍ର ବଳିଆରସିଙ୍ଗ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଯତୀନ୍ଦ୍ର କୁମାର ନାୟକ, ଅତିରିକ୍ତ ମଣ୍ଡଳ ଶିକ୍ଷ୍ୟା ଅଧିକାରୀ କବିରାଜ ଜେନା, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମହେଶ୍ଵର ମହାନ୍ତି, ବ୍ଲକ ବିଶେଷଜ୍ଞ, ଅଙ୍ଗନବାଡି କର୍ମୀ, ଓ ମଣ୍ଡଳର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ।
ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓ ଜିଲ୍ଲା ପ୍ରଶାସନ, ପୁରୀଙ୍କ ମିଳିତ ଆନୁକୁଲ୍ୟରେ ଏହି ଶିବିର  ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ୯୯୩  ଜଣ ଦିବ୍ୟଙ୍ଗ ମାନଙ୍କୁ ଚିହ୍ନଟ କରାଯାଇଛି। ଏହି ଶିବିରରେ ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ କରିବା ନିମନ୍ତେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୮ ଜଣ ଡ଼ାକ୍ତର ଦଳ ସ୍ଵତନ୍ତ୍ର ଭାବରେ ନିୟୋଜିତ ହୋଇଥିଲେ। ଅସ୍ତିସଲ୍ୟ ବିଭାଗର ଡା ଅମ୍ଳାନ ମହାପାତ୍ର ଓ ଡ଼ା ସନ୍ତୋଷ କୁମାର ସାହୁ, ଚକ୍ଷୁ ବିଭାଗର ଡ଼ା ବରଦା କାନ୍ତ ମିଶ୍ର ଓ ସହାୟକ ଶ୍ରୀ ଲଳିତ ମୋହନ ଶ୍ରୀଚନ୍ଦନ, ମାନସିକ ବିଭାଗର ଡା ଉମା ପ୍ରସାଦ ବିଶ୍ଵାଳ ଓ  ଶ୍ରୀମତି ଅପର୍ଣ୍ଣା ମହାନ୍ତି, କର୍ଣ୍ଣ ବିଭାଗର ଡା ରବିନ୍ଦ୍ର କୁମାର ଘୋଡେଇ, ସହାୟକ ଶ୍ରୀ ଚନ୍ଦନ ମହାନ୍ତି ଓ ସତ୍ୟବ୍ରତ ପାଣିଗ୍ରାହୀ  ରହିଛନ୍ତି ।
 ୨ ଟି ତାଲିମ ପ୍ରଦାନକାରୀ ଅନୁଷ୍ଠାନ ଯୋଗ ଦେଇ ୧୦୮ ଜଣ ଶିକ୍ଷିତ ଦିବ୍ୟାଙ୍ଗମାନଙ୍କୁ ନିଯୁକ୍ତି ତଥା ତାଲିମ ପ୍ରଦାନ ପାଇଁ ଚୟନ କରିଥିଲେ। ଉକ୍ତ ଶିବିରକୁ ଜିଲ୍ଲା ପ୍ରକଳ୍ପ ସଂଯଜକ ଶ୍ରୀମତୀ ସୌନ୍ଦର୍ଯ୍ୟ ମଞରି ଦାସ,  ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢ଼ୀ, ପ୍ରଫୁଲ୍ଲ ଯୋଜନାର ଜିଲ୍ଲା ପରାମର୍ଶଦାତା ସନ୍ତୋଷ କୁମାର, ଜ୍ୟୋତି, ପ୍ରସନ୍ନ ପଟ୍ଟନାୟକ, ଯଶଶ୍ୱିନି ଦାସ, ପିପୁଲ ଆକ୍ସନ ଗ୍ରୁପର ଜିଲ୍ଲା ସଂଯୋଜକ ବିପିନ ମହାନ୍ତି ଓ ପ୍ରତ୍ୟକ ପଞ୍ଚାଯତ ସ୍ତରରେ କାର୍ଯ୍ୟରତ ଥିବା ପିପୁଲ ଆକ୍ସନ ଗ୍ରୁପର (ପିଏଜି) କର୍ମୀ ଯୋଗ ଦେଇ ଶିବିରଟିକୁ  ପରିଚାଳନା ରେ ସହଯୋଗ କରିଥିଲେ । ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts