ads

Breaking News

କୁକୁଡ଼ା ଚାଷୀଙ୍କୁ ସହାୟତା ନିମନ୍ତେ କାର୍ଯ୍ୟାଦେଶ ବଣ୍ଟନ ମେଳା


ପିପିଲି------ ପୁରୀ ଜିଲ୍ଲାର ଓଡ଼ିଶା ପୋଲଟ୍ରୀ ଫାରମର୍ସ ଆସୋସିଏସନ୍ ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ କରାଯାଇଥିବା ଦାବି କୁ ସରକାର ଗ୍ରହଣ କରିନେଇ ଛନ୍ତି । ଏହି ଅବସରରେ ଫଣୀରେ କ୍ଷତିଗ୍ରସ୍ତ କୁକୁଡ଼ା ଚଷୀଙ୍କୁ ସହାୟତା ନିମନ୍ତେ ବୂଧବାର ସାତଶଙ୍ଖ ମେଳଣ ପଡ଼ିଆରେ ଏକ କାର୍ଯ୍ୟାଦେଶ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ତିନି ଶହ ଚାଷୀଙ୍କୁ କାର୍ଯ୍ୟଦେଶ ବଣ୍ଟନ କରାଯାଇଛି। ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ସମ୍ମାନୀୟ ଅତିଥି ଭାବେ ପିପିଲି ବିଧାୟକ ପ୍ରଦୀପ ମହାରଥୀ, ସତ୍ୟବାଦୀ ଯୁବ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗ ଦେଇ ନିଜ ନିଜର ମତପ୍ରକାଶ କରିବା ସହ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଜିଲ୍ଲା ମୁଖ୍ୟ ପାଢୀ ଚିକିତ୍ସା ଅଧିକାରୀ ଡ ପ୍ରତାପ କିଶୋର ଖମାରୀ ଯୋଗ ଦେଇ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଉପସ୍ଥାପନ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଅଶୋକ କୁମାର ପ୍ରଧାନ ସଭାରେ ସଭାପତିତ୍ବ କରିଥିଲେ । ଅନୁଷ୍ଠାନର ସଭାପତି ଜ୍ୟୋତି କାନ୍ତ ମହାପାତ୍ର ଓ ସମ୍ପାଦକ ପ୍ରଦ୍ୟୁମ୍ନ ପରିଡ଼ାଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ। ପିପିଲିରୁ ବିଜୟ କୁମାର ମହାପାତ୍ର

ads

Blog Archive