ads

Breaking News

ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜନ୍ମ ବାର୍ଷିକ ପାଳିତ

 ଡେଲାଙ୍ଗ --- ଡେଲାଙ୍ଗ ବ୍ଳକ ସ୍ଥିତ ଡେଲାଙ୍ଗ ହାଟ ବଜାର ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଡେଲାଙ୍ଗ ବିଜୁ ଯୁବ ବାହିନୀ ପକ୍ଷରୁ ୧୦୩ ତମ ଜନ୍ମ ବାର୍ଷିକ ପାଳନ ହୋଇଯାଇଛି । ଏହି ଅବସରରେ ବ୍ଳକ ପଞ୍ଚାୟତ ସମିତ ଅଧ୍ୟକ୍ଷ ପ୍ରସନ୍ନ ସାହୁଙ୍କ ନେତୃତ୍ୱରେ ବିଜୁ ବାବୁଙ୍କ ପ୍ରତିଭୂର୍ତ୍ତିରେ ମାଲ୍ୟର୍ପଣ ଓ ଧୂପ ଦୀପ ପ୍ରଦାନ କରାଯାଇଥିଲା  । ଏଥିରେ ଗୁଆଳିପଡା ସରପଞ୍ଚ କାଳନ୍ଦୀ ଜେନା, ସୁଜନପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ବିପିନି ବାହାରୀ ନରେନ୍ଦ୍ର, ଅଭୟମୁଖୀ ଗ୍ରାମ ପଞ୍ଚାୟତର ସରପଞ୍ଚ କୃଷ୍ଣଚନ୍ଦ୍ର ସେନାପତି, ବିଜୁ ପ୍ରେମୀ ନଳିନୀ ପଟ୍ଟନାୟକ, କୁନା ମହାନ୍ତି, କଲ୍ୟାଣପୁର ସରପଞ୍ଚଙ୍କ ପ୍ରତିନିଧି ସଞ୍ଜୟ ପ୍ରଧାନ, ବସନ୍ତ ବେହେରା, ଦୁର୍ଯ୍ୟୋଧନ ସାହୁ. ମାଧବ ପ୍ରଧାନ ପ୍ରମୁଖ ଯୋଗଦେଇ ବିଜୁ ବାବୁ ଅମର ରହେ ଆଦି ସ୍କୋଗାନ ଦେଇଥିଲେ । ସେହିପରି ବିଭିନ୍ନ ଗ୍ରାମ ପଞ୍ଚାୟତରେ ସରପଞ୍ଚଙ୍କ ନେତୃତ୍ୱରେ ବିଜୁ ବାବୁଙ୍କ ଜନ୍ମ ବାର୍ଷିକ ପାଳନ ସହିତ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts