ads

Breaking News

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ

 ପିପିଲି----  ପୁରୀ ଜିଲ୍ଲାର ପିପିଲି ବ୍ଳକ ଅନ୍ତର୍ଗତ ରାଜଦେଇ ସଁପୁର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ଅଧ୍ୟକ୍ଷ ଅର୍ଜୁନ କୁମାର ଘୋଡୋଇ ପ୍ରଦିପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉତ୍ସବକୁ ଉଦ୍ଘାଟନ କରିଥିଲେ  । ମୁଖ୍ୟ ବକ୍ତା ଭାବେ  ବଳଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂଗଠକ ସୁକାନ୍ତ କୁମାର ଜେନା, ସଭାପତି ଗତିଶ୍ୱର ମହାପାତ୍ର, ନିର୍ଦ୍ଦେଶକ ଗୈରହରି ମହାପାତ୍ର ବିଦ୍ୟାଳୟର ଅଧ୍ୟକ୍ଷ କୁମାରୀ ସୁସ୍ମିତା ମହାପାତ୍ର ଙ୍କ ସହିତ ସ୍ଥାନୀୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ରହିଥିଲେ  । ପ୍ରାରମ୍ଭରୁ ଶ୍ରୀ ମା’ଙ୍କ ପ୍ରାର୍ଥନା, ଜାତୀୟ ସଂଗୀତଗାନ, ଆଧ୍ୟାତ୍ମିକ, ନୈତିକତା, ଚେତନା ମୂଳକ ଓ ବିଦ୍ୟାଳୟ ହୋଉଛି ଏକ ମନ୍ଦିର ବା ଘର ସଦୃଶ, ପୁଅ ଝିଅ ହୋଉଛନ୍ତି ଛାତ୍ର ଛାତ୍ରୀ ଭାବିବା ନିହାତି ଆବଶ୍ୟକତା ରହିଛି ବୋଲି ଯୋଗଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ  ।  ଶ୍ରେଣୀରେ ଅଧିକ ନମ୍ବର ରଖିଥବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରଷ୍କାର ପ୍ରଦାନ କରିଥିଲେ  । ଶେଷରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା  ।
ପିପିଲିରୁ ବିଜୟ କୁମାର ମହାପାତ୍ର

ads

Blog Archive

Popular Posts