ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ସ୍ଥିତ ମହତାବ ଉଚ୍ଚ ବିଦ୍ୟାଳୟରେ ସୋମବାର ଦିନ ବିଦ୍ୟାଳୟର ଛାତ୍ର ମାନଙ୍କ ସହିତ ପୁରାତନ ଛାତ୍ର ସଂସଦ ଓ ଅବିଭାବକ ମାନେ ମିଳିତ ଭାବରେ ବିଦ୍ୟାଳୟ ମୁଖ୍ୟ ଗେଟରେ ଚାବି ପକାଇ ଧାରଣା ଦେଇଥିଲେ । ସୁଚନା ଥାଉକି ବିଦ୍ୟାଳୟରେ ଏନ.ସି.ସି , ପ୍ରଧାନ ଶିକ୍ଷକ, କ୍ଳକ ଅଭାବ ସହିତ ମହତାବ ବିଦ୍ୟାଳୟରୁ ନୋଡାଲ ସେଣ୍ଟର ଉଠାଇ ନେବା ସହିତ ଦୁଇଜଣ ଶିକ୍ଷକଙ୍କୁ ଡେପୁଟିସନରେ ଅନ୍ୟ ସ୍କୁଲକୁ ପଠାଯାଇଛି । ଜାନୁଆରୀ ୧୬ ତାରିଖ ଦିନ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଓ ଉପାଧ୍ୟକ୍ଷା ସ୍ୱପ୍ନା ବଳବନ୍ତରାୟଙ୍କ ସ୍ୱାକ୍ଷର ଥାଇ ଏ ସମ୍ପର୍କରେ ଏକ ପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇବା ସହ ଏହାର ଏକ କିତା କପି ପୁରୀ ଜିଲ୍ଲାପାଳ, ଥାନା ଅଧିକାରୀ, ଗଣଶିକ୍ଷା ବିଭାଗ, ବ୍ଳକ ଶିକ୍ଷା ଅଧିକାରୀ ସମସ୍ତଙ୍କୁ ଜଣାଇ ଦିଆଯାଇଥିଲା । ଅଭିଯୋଗ ଜଣାଇ ଦିଆଯାଇଥିଲେ ମଧ୍ୟ କେହି ଶୁଣିନଥିଲେ । ଏଣୁ ପୁରାତନ ଛାତ୍ର ଓ ଅବିଭାବକ ମାନଙ୍କର ରବିବାର ଦିନ ଏକ ଆଲେଚନା ପରେ ଆଜି ବିଦ୍ୟାଳୟ ମୁଖ୍ୟ ଫାଟକରେ ଚାବି ପକାଇ ଧାରଣା ଦିଆଯାଇଥିଲା । ପୁରାତନ ଛାତ୍ର ସଂସଦ, ଅବିଭାବକ, ବିଦ୍ୟାଳୟ ପରିଚାଳନା କମିଟି ବୁଦ୍ଧଜିବୀ ମାନେ ଏହି ଆନ୍ଦୋଳନକୁ ସମର୍ଥନ କରିଥିବାର ଦେଖାଯାଇଥିଲା । ଡେଲାଙ୍ଗ ବ୍ଳକ ପୂର୍ବତନ ଉପାଧ୍ୟକ୍ଷ ଅଜୟ କୁମାର ରାଉତରାୟ, ପୁରାତନ ଛାତ୍ର ସୁବତ୍ର ରଥ, ଗଗନ ଖଟେଇ, ସ୍ୱଦେଶ ସିଂ, ସୁକାନ୍ତଗଜେନ୍ଦ୍ର, ରବିନ୍ଦ୍ର ରାଉତରାୟ, ରତିକାନ୍ତ ପରିଡା, ବିରଞ୍ଚି ମହାପାତ୍ର , ରାଜୁ ଦାଶଙ୍କ ସହିତ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିବାର ଦେଖାଯାଇଥିଲା । ଜିଲ୍ଲା ବ୍ଳକ ଶିକ୍ଷା ଅଧିକାରୀ ହୃଷିକେଷ କାଣ୍ଡି, ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାର୍ଯ୍ୟ, ବ୍ଳକ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ର, ସିଆରସିସି ପବିତ୍ର ମୋହନ ଜେନା, ଆଇଆଇସି ଅଶିତ ରଞ୍ଜନ ମହାନ୍ତି ଆନ୍ଦୋଳନରତ ଛାତ୍ର ଓ ପୁରାତନ ଛାତ୍ର ସଂଗଠନଓ ଅବିଭାବକ ମାନଙ୍କର ଏକ ମିଳିତ ବୈଠକ ହୋଇଥିଲା । ଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଡେପୁଟିସନରେ ଯାଇଥିବା ଶିକ୍ଷକ ମାନଙ୍କର ଅର୍ଡର ବାତିଲ କରାଯିବ ତୁରନ୍ତ ଏକ କ୍ଳକ ନିଯୁକ୍ତି , ଏନସିସି ନୂତନ ଶିକ୍ଷକ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ଯେଉଁ ଶିକ୍ଷକଙ୍କ ଦାୟତ୍ୱରେ ଅଛନ୍ତି ସେ ରହିବେ । ନୋଡାଲ ସେଣ୍ଟର ସମ୍ପର୍କେ ଆଲେଚନା କରିବା ପାଇଁ ବୁଧବାର ଦିନ ଏକ ଟିମ ବୋର୍ଡ ଅଫିସକୁ ଯିବା ପାଇଁ ନିସ୍ପତି ଗ୍ରହଣ କରାଯାଇଥିଲା । ବିଦ୍ୟାଳୟରେ ଶୋଚøଳୟ ପାଇଁ ପ୍ରଧାନ ଶିକ୍ଷୟତ୍ରୀ ପଞ୍ଚାୟତକୁ ଲେଖିବେ ବୋଲି ନିସ୍ପତି ଗ୍ରହଣ କରାଯାଇଥିଲା । ଏହା ପରେ ଛାତ୍ର ଓ ଧାରଣରେ ବସିଥିବା ପୁରାତନ ଛାତ୍ର ସଂସଦ ଓ ଅବିଭାବକ ମାନେ ଆନ୍ଦୋଳନରୁ ଓହରିଥିବାର ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି