ଅସ୍ତରଙ୍ଗ ତହସିଲ କର୍ମଚାରୀଙ୍କୁ ମାଡ. ଥାନାରେ ଅଭିଯୋଗ; ଅଭିଯୁକ୍ତକୁ ଗିରଫ ଦାବୀରେ ଧାରଣା
ଅସ୍ତରଙ୍ଗ----- ପୁରୀ ଜିଲ୍ଲାର ଅସ୍ତରଙ୍ଗ ତହସିଲର କାର୍ଯ୍ୟରତ କିରାଣୀ କର୍ମଚାରୀଙ୍କୁ ଜଣେ ଅଣ ପଞ୍ଜିକୁତ ଷ୍ଟାମ୍ପଭେଣ୍ଡର ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ ହେବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବୀରେ କର୍ମଚାରୀ ମାନେ ଧାରଣା ଦେଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ତହସିଲ କାର୍ଯ୍ୟାଳୟର ରେକର୍ଡରୁମର କର୍ମଚାରୀ ନିରଞ୍ଜନ ପାତ୍ର କାର୍ଯ୍ୟକରୁଥିବା ବେଳେ ଧସେଇ ହୋଇ ଷ୍ଟାମ୍ପଭେଣ୍ଡର ପଶି କିଛି ସରକାରୀ ଦସ୍ତାବିଜ ମାଗିଥିଲେ । କର୍ମଚାରୀ ଜଣଙ୍କ ମନା କରିଥିଲେ । ଧମକ ଚମକ ଦେଇ ଷ୍ଟାମ୍ପ ଭେଣ୍ଡର ସେଠାରୁ ପଳାଇ ଆସିଥିଲେ । କିଛି ସମୟ ପରେ ଏକ ଜମିର ସାଟିଫାଇ ନକଲ ମାଗିଥିଲେ । ଅପେକ୍ଷା କର ଅପରାହ୍ନରେ ମିଳିବ ବୋଲି କହିବାରୁ ଭେଣ୍ଡର ଜଣଙ୍କ ଉତ୍ତେଜିତ ହୋଇ ନିରଞ୍ଜନଙ୍କୁ ଅଶଭ୍ୟ ଭାଷାରେ ଗାଳି କରିଥିଲେ । ଏହାକୁ ବିରୋଧ କରିବାରୁ ଭେଣ୍ଡର ଜଣଙ୍କ ନିରଞ୍ଜନଙ୍କ ସାର୍ଟର କଲର ଧରି ମାଡ ମାରିଥିଲେ ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଦାନ ଜାରି ରଖିଛି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାନଗଲେ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିବା ଜଣାପଡିଛି ।
ବାଲିପାଟଣାରୁ ଶ୍ରୀ ସାମନ୍ତରାୟ
ବାଲିପାଟଣାରୁ ଶ୍ରୀ ସାମନ୍ତରାୟ



