ads

Breaking News

ବ୍ରହ୍ମା କୁମାରୀ ପାଠଶାଳାର ବାର୍ଷିକ ଉତ୍ସବ ପାଳନ


      
     ଭଞ୍ଜନଗର ---- ବ୍ରହ୍ମାକୁମାରୀସ୍ ଭଞ୍ଜନଗର ସେବାକେନ୍ଦ୍ର ତରଫରୁ  ସାର୍ଦ୍ଦୁଳ ଗୀତା ପାଠଶାଳାର  ଅଷ୍ଟମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି ।ଏହି ଉତ୍ସବରେ ସ୍ଥାନୀୟ ସରପଞ୍ଚ ଶ୍ରୀ ପ୍ରତାପ ନାଇକ ଝଣ୍ଡା ଉତ୍ତୋଳନ କରିଥିଲେ ।   ବ୍ରହ୍ମାକୁମାରୀ ପ୍ରାପ୍ତି ଭଉଣୀ ଉକ୍ତ ଅନୁଷ୍ଠାନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ଉପସ୍ଥାପନା କରିଥିଲେ   ।  ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀ  ସୁଖଶାନ୍ତିର ପଥ ଅବଗତ କରାଇ ରାଜଯୋଗର ଅଭ୍ୟାସ କରାଇ ଥିଲେ। ବ୍ରହ୍ମ କୁମାର ବୈକୁଣ୍ଠ ଭାଇ ମଞ୍ଚ ପରିଚାଳନା କରିଥିଲେ । ଶାନ୍ତି ଶୋଭାଯାତ୍ରା ଦ୍ଵାରା ଈଶ୍ୱରଙ୍କ ଦିବ୍ଯ ଅବତରଣର ସନ୍ଦେଶ ପ୍ରଦାନ କରାଗଲା  ।୨୦୦ରୁ ଉର୍ଦ୍ଧ୍ବ ଆଧ୍ୟାତ୍ମିକ ପ୍ରେମୀ ଭାଇଭଉଣୀ ଉପସ୍ଥିତ ଥିଲେ। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨/୧୧/୨୦୨୫---୮,୨୦ Sakhigopal News,2/11/2025

ads

Blog Archive

Popular Posts