ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପିନାଥ ; ହଜାର ହଜାର ଲୋକଙ୍କର ଗହଳି , ଚୁଡାଘଷା ବାସ୍ନାରେ ମହକିଲା ସାକ୍ଷୀଗୋପାଳ ମନ୍ଦିର ବେଡା
ସାକ୍ଷୀଗୋପାଳ---- ପୁରୀ ଜିଲ୍ଲାର ଦୁତୀୟ ଗଣପର୍ବ ସାକ୍ଷୀଗୋପାଳର ଅଁଳାନବମୀ ଓ ବଡ ଏକାଦଶୀ ପର୍ବ ଭାବେ ବେଶ ଜଣାଶୁଣା । ଏଥିଯୋଗୁ ସାକ୍ଷୀଗୋପିନାଥଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ରବିବାର ଏହି ବଡ ଏକାଦଶୀ ପଡୁଥିବାରୁ ବହୁ ସଂଖ୍ୟାରେ ଭକ୍ତଙ୍କର ଗହଳି ଲାଗିଥିଲା । ଠାକୁର ସୁନାବେଶ ଏକାଦଶୀ ଠାରୁ ଶୟନ କରିଥାନ୍ତି ଯେ ମହା କାର୍ତ୍ତକ ମାସ ବଡ ଏକାଦଶୀରେ ଉଠିଥାନ୍ତି । ପରମ୍ପରା ବେଶ ଅନୁଯାୟୀ ବଡ ଏକାଦଶୀ ତିଥିରେ ଲକ୍ଷ୍ମୀନାରାୟଣ ବେଶରେ ସାକ୍ଷୀେଗୋପିନାଥ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ଲମ୍ବା ଲାଇନିରେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତ ମାନେ ଶାନ୍ତିଶୃଙ୍ଖଳାରେ ଠାକୁରଙ୍କୁ ଦର୍ଶନ କରିଥିଲେ । ପରମ୍ପରା ଅନୁଯାୟୀ କାର୍ତ୍ତିକ ମାସର ବଡ ଏକାଦଶୀରେ ଲୋକମାନେ ଠାକୁରଙ୍କ ପାଖରେ ନୂଆଧାନର ଚୁଡା କରି ପ୍ରଥମେ ପ୍ରଭୁ ସାକ୍ଷୀଗୋପିନାଥ ମା ରାଧାରାଣୀଙ୍କୁ ଭୋଗ ଲଗାଇଥାନ୍ତି । ମାତ୍ର ଏବେ ସେ ପରମ୍ପରା ଆଉ ଦେଖିବାକୁ ମିଳୁନାହିଁ । ଲୋକମାନେ ବଜାରରୁ ଚୁଡାଗୁଣ୍ଡ କିଣିକୁ ଠାକୁରଙ୍କୁ ଭୋଗ ଲଗାଇଥାନ୍ତି । ମାତ୍ର କେତେଜଣ ନିଜ ବିଲରେ କରିଥବା ଧାନ ଅମଳ କରି ସେଥିରେ ପ୍ରସ୍ତୁତ କରିଥିବା ଚୁଡାରେ ଠାକୁରଙ୍କୁ ଚୁଡାଘଷା କରି ଭୋଗ ଲଗାଇଥାନ୍ତି । ସେହି ପରମ୍ପରା ଅନୁଯାୟୀ ସାକ୍ଷୀଗୋପିନାଥ ମନ୍ଦିରରେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶହ ଶହ ଲୋକମାନେ ମନ୍ଦିର ବେଡାରେ ଚୁଡାଘଷା କରିଥିବାର ଦେଖାଯାଇଥିଲା । ସେହିପରି କିଛି ପରିବାର ଚୁଡାଘଷା କରିନପାରି ସେବାୟତ ମାନଙ୍କ ଦ୍ୱାରା ବିକ୍ରୟ କରାଯାଉଥିବା ଚୁଡାଘଷା କିଣିକି ନେଉଥିବାର ଦେଖାଯାଇଥିଲା । ମନ୍ଦିର ବାହାରେ ବିଭିନ୍ନ ଦେକାନ ବଜାର ଖୋଲିବା ସହ ମନ୍ଦିର ଚତୁପାଶ୍ୱର୍ରେ ଚୁଡାଘଷା ପାଇଁ ସ୍ୱତନ୍ତ୍ର ଦେକାନ ମାନ ଖୋଲିଥିଲା । ଚୁଡାଗୁଣ୍ଡା, ଚିନି, ଗୁଡ, ଗୋଳମରିଚି, ଲବଙ୍ଗ, ଭଲଘିଅ, ନଡିଆ, ଖଟାକମଳା, ପାଚିଲା କଦଳୀ, ଖଇ, କୋରା, ସାକର, ଫେଣି ବିକ୍ରୟ କରାଯାଉଥିଲା ।ସେହିପରି ଭୋଗ କରିବା ପାଇଁ ତାଳପତ୍ର ଭୋଗୋଇ ବିକ୍ରୟ କରାଯାଉଥିବାର ଦେଖାଯାଇଥିଲା । ଏହି ଚୁଡାଘଷା ବାସ୍ନାରେ ମନ୍ଦିର ବେଡା ପରିସର ମହକି ଉଠିଥିଲା । ଘରେ ଯେତେ ଭଲକରି ଚୁଡାଘଷା କଲେ ମଧ୍ୟ ସାକ୍ଷୀଗୋପିନାଥ ଙ୍କ ପାଖରେ ପ୍ରସ୍ତୁତ କରାଯାଇଥିବା ଚୁଡାଘଷାର ମହକ ସ୍ୱତନ୍ତ୍ର ରହିଛି । ସେବାୟତ ମାନେ ତୁଳସି ଭୋଗରେ ପକାଇ ପ୍ରଭୁଙ୍କୁ ଦେଖାଇ ଯେଉଁ ତାଳି ମାରି ଭୋଗ କରିଥାନ୍ତି ସେ ଭୋଗର ବାସ୍ନା ସ୍ୱତନ୍ତ୍ର । ଚିନି ଥାଉ ବା ନଡିଆ ନ ପଡୁ ଗୁଡ ନାମକୁ ପଡିଥାଉ ସବୁ ଭେଗ ବାସ୍ନା ଏକ । ସେଥିଯୋଗୁ ଲୋକମାନେ ସେବାୟତ ମାନଙ୍କ ଠାରୁ ଚୁଡାଘଷା ମାଗିକି ବା କିଣିକି ନେଇଥାନ୍ତି । ଅନ୍ୟ ପକ୍ଷେ ପରମ୍ପରା ଅନୁଯାୟୀ ବିଭିନ୍ନ ଗ୍ରାମରୁ ନାମସଂକୀର୍ତ୍ତନ ଦଳ ମନ୍ଦିର ପରିସର ଓ ମନ୍ଦିର ବାହାରେ ଠାକୁରଙ୍କ ଗୁଣଗାନ କରିଥିଲେ । ବିଳମ୍ବିତ ରାତିରେ ତିନି ଦିନ ଧରି ଅନୁଷ୍ଠିତ ରାଧା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦଯାପିତ ହୋଇଯାଇଛି।ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସ୍ଥାନୀୟ ତହସିଲଦାର ସନ୍ତୋଷ ପ୍ରାଣିଗ୍ରାହୀ ଜଣାଇଛନ୍ତି ଯେ ଶାନ୍ତିଶୃଙ୍ଖଳା ସହିତ ଅଁଳାନବମୀ ଓ ବଡ ଏକାଦଶୀ ପର୍ବ ଶେଷ ହୋଇଥିବାରୁ ସ୍ଥାନୀୟ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ସହିତ ଜିଳ୍ଲା ପ୍ରଶାସନ, ସତ୍ୟବାଦୀ ବ୍ଳକ ପ୍ରଶାସନ ଓ ବିଶେଷ କରି ସାକ୍ଷୀଗୋପାଳ ସେବାୟତ ସଂଘକୁ ସେ କୃତଙ୍ଗତା ଜଣାଇଛନ୍ତି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୧୧/୨୦୨୫----୬,୧୦ Sakhigopal News, 2/11/2025


