ads

Breaking News

ଆଇଆଇଟି ଭୁବନେଶ୍ବରରେ ବାର୍ଷିକ କ୍ରୀଡା ମହୋତ୍ସବ ଅଶ୍ବମେଧ ଆୟୋଜିତ



ଜଟଣୀ :- ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ବରର ବାର୍ଷିକ କ୍ରୀଡା ମହୋତ୍ସବ,'ଅଶ୍ବମେଧ', ୭ ରୁ ୯ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଆଇଆଇଟି ଭୁବନେଶ୍ବରର ଛାତ୍ରପରିଷଦ ଜିମଖାନା ଦ୍ବାରା ଆୟୋଜିତ ହୋଇଥିଲା। ଅଶ୍ବମେଧର ପଞ୍ଚମ ସଂସ୍କରଣରେ ବିଭିନ୍ନ କ୍ରୀଡାରେ ଅଂଶଗ୍ରହଣର ପରିମାଣ ବୃଦ୍ଧି ପାଇଛି। ଯାହା ଏହାକୁ ଓଡ଼ିଶାର ସବୁଠାରୁ ବଡ଼ କଲେଜ କ୍ରୀଡା ମହୋତ୍ସବ ମଧ୍ୟରୁ ଗୋଟିଏ କରିଦେଇଛି।ଏହି ମହୋତ୍ସବରେ ବାସ୍କେଟବଲ୍, ଟେବୁଲ୍ ଟେନିସ୍‌ ,ଲନ୍ ଟେନିସ୍‌ ଚେସ୍ ,ଭାରୋତ୍ତୋଳନ, ଫୁଟବଲ୍‌, ଭଲିବଲ୍,ବ୍ୟାଡମିଣ୍ଟନ୍, ଖୋ-ଖୋ ଏବଂ ଅନ୍ୟାନ୍ୟ କ୍ରୀଡା ଅନ୍ତର୍ଭୁକ୍ତ ଥିଲା । ଯେଉଁଥିରେ ପୂର୍ବ ଜୋନ୍‌ର ପ୍ରାୟ ୨୩ଟି କଲେଜ ଏବଂଅନୁଷ୍ଠାନର ୮୦୦ ରୁ ଅଧ‌ିକ ଖେଳାଳି ଅଂଶଗ୍ରହଣ କରିଥିଲେ। ପୂର୍ବ ବର୍ଷ ପରି, ତିନି ଦିନିଆ କାର୍ଯ୍ୟକ୍ରମ ଶେଷରେ ଆଇଆଇଟି ଭୁବନେଶ୍ବର ପୁଣି ଥରେ ଚାମ୍ପିଅନସିପ୍ ଟ୍ରଫି ବଜାୟ ରଖୁଛି ।ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର କ୍ରୀଡା ମନୋଭାବ ବଜାୟ ରଖୁବାକୁ ଉତ୍ସାହିତ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ଛାତ୍ର ବ୍ୟାପାର ଡିନ୍ ପ୍ରଫେସର ରାଜେଶ ରୋଶନ ଦାଶ, ଛାତ୍ର ଜିମ୍ନାନାର ଅଧ୍ୟକ୍ଷ ଡକ୍ଟର କୋଦଣ୍ଡ ରାମ ମାଙ୍ଗିପୁଡି, କ୍ରୀଡା ଏବଂ ଖେଳ ବିଭାଗର ଫ୍ୟାକଳ୍ପି ପରାମର୍ଶଦାତା ଡକ୍ଟର ବଙ୍କିମ ଚନ୍ଦ୍ର ମଣ୍ଡଳ ଏବଂ ଅଶ୍ୱମେଧର ଅଧ୍ୟକ୍ଷ ଡକ୍ଟର ଅଙ୍କିତ ରବିନ୍ଦ୍ରଦେଶମୁଖ ମଧ୍ୟ ଉପସ୍ଥିତ ଥିଲେ। ପ୍ରଫେସର ରାଜେଶ ରୋଶନ ଦାଶ ସମାପନୀ ଉତ୍ସବରେ ଯୋଗ ଦେଇ ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ମୁଖ୍ୟ ସଂଯୋଜକ ଶ୍ରୀ ଚକ୍ରଧର ଆଲୁ ସଫଳତାର ସହିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୧୧/୨୦୨୫---୭,୨୫ Sakhigopal News,10/11/2025

ads

Blog Archive

Popular Posts