ମୁଜାଗଡ ବନାଞ୍ଚଳରେ ଗଜରାଜଙ୍କୁ ଗୁଳି... ଜଣେ ଅଭିଯୁକ୍ତ ଗିରଫ ,ଦୁଇ ବନ୍ଧୁକ ଜବତ
ଭଞ୍ଜନଗର - ହାତୀ ମୃତ୍ୟୁକୁ ନେଇ ଏବେ ଚର୍ଚ୍ଚାରେ ମୁଜାଗଡ ବନାଞ୍ଚଳ । ଗତ ଶନିବାର ଦିନ ଏହି ବନାଞ୍ଚଳର ବିରିକୋଟ ନିକଟସ୍ଥ ବାଣିଆପଲ୍ଲୀ ଗାଁ ନିକଟକୁ ଲାଗି ରହିଥିବା ଜଙ୍ଗଲରେ ଦନ୍ତା ହାତୀ ମୃତ୍ୟୁ ହୋଇଥିଲା । ଖବର ପାଇ ବନ କର୍ମଚାରୀ ମାନେ, ଘଟଣା ସ୍ଥଳରେ ପହଞ୍ଚିଥିଲେ । ତେବେ ହାତୀଟି କ୍ଷତାକ୍ତ ଅବସ୍ଥାରେ ମରି ପଡ଼ିଥିଲା । ସେତେ ବେଳେ ହାତୀ ମୃତ୍ୟୁର କାରଣ ବନ ବିଭାଗ ସ୍ଫଷ୍ଟ କରିନଥିଲା । ତଦନ୍ତ ପରେ ଜଣା ପଡିଥିଲା ଯେ ହତୀଟିକୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣାରେ ସୋମବାର ଦିନ ସଂପୃକ୍ତ ଅଭିଯୁକ୍ତ, ବାଣିଆପଲ୍ଲୀ ଗ୍ରାମର ଭମାକାନ୍ତ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଯାଇଥିବା ବନଖଣ୍ଡ ଅଧିକାରୀ ଶ୍ରୀ ମହାନ୍ତି ସୁଚନା ଦେଇଛନ୍ତି ।ଅଭିଯୁକ୍ତ ଠାରୁ ୨ ଟି ଦେଶୀବନ୍ଧୁକ ଓ ବ୍ୟବହୁତ ବିସ୍ଫୋରକ ଦ୍ରବ୍ୟ ମଧ୍ୟ ଜବତ ହେଇଥିବା ସୁଚନା ମିଳିଛି। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୩/୧୧/୨୦୨୫---୭,୨୫ Sakhigopal News,3/11/2025


