ads

Breaking News

ହାତୀପଲ କୁ ଆସିଲା ନୂଆ ଅତିଥି..ନବଜାତକୁ ସୁରକ୍ଷା ଦେଉଛନ୍ତି ୨୦ ହାତୀ



ଭଞ୍ଜନଗର -  ଭଞ୍ଜନଗର  ଉତ୍ତର ଘୁମୁସର ବନଖଣ୍ଡରେ ୭୨ଟି ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡରେ ୯ଟି ହାତୀ ରହିଛନ୍ତି । ଦୁଇଦିନ ପୂର୍ବରୁ ମୁଜାଗଡ ସେକ୍ସସନର ଦର୍ପଙ୍ଗିଆ ଜଙ୍ଗଲରେ ଗୋଟିଏ ହାତୀଛୁଆ ଜନ୍ମ ହୋଇଛି  । ଏବେ ସେହି ନବଜାତ ହାତୀ ଛୁଆଟିକୁ ୨୦ ଟି ହାତୀ ସୁରକ୍ଷା ଦେଉଛନ୍ତି  ।  ଏହାର କିଛିଦିନ ପୂର୍ବରୁ ବାଣିଆପଲ୍ଲୀ ଜଙ୍ଗଲରେ ଗୋଟିଏ ଦନ୍ତା ହାତୀକୁ ଗୁଳି କରି ମାରିଥିଲା ଜଣେ ଶିକାରୀ । ତା'ପର ଠାରୁ ବନ ବିଭାଗ କର୍ମଚାରୀମାନେ ହାତୀଙ୍କ ଚଳପ୍ରଚଳ ସହ ସୁରକ୍ଷା ନେଇ ୨୪ ଘଣ୍ଟିଆ ନଜର ରଖିିବା ସହ କର୍ମଚାରୀମାନେ ପାଳି କରି ଜଗି ରହୁଛନ୍ତି । ଡ୍ରୋନ୍‌ରେ ଆକାଶପଥରୁ ନିରୀକ୍ଷଣ ଚାଲିଛି । ଉତ୍ତର ଘୁମୁସର ବନଖଣ୍ଡରୁ ଗୋଟିଏ ଦନ୍ତା ହାତୀ ମଙ୍ଗଳବାର କନ୍ଧମାଳ ଅଭିମୁଖେ ଚାଲିଯାଇଥିବା ବେଳେ ବୁଧବାର ସନ୍ଧ୍ୟାରେ ସେହି ପଲର ଗୋଟିଏ ଦନ୍ତା ହାତୀ ବନକର୍ମୀଙ୍କୁ ଗୋଡ଼ାଇ ଆସୁଥିବା ଦେଖାଯାଇଛି ।  ବାଣ ଫୁଟାଇଲେ ମଧ୍ୟ ଭୟ କରୁନାହାନ୍ତି, ଲୋକେ ଘୋଡ଼ାଇଲେ ମଧ୍ୟ ନ ଯାଇ, ଫସଲ ନଷ୍ଟ କରୁଛନ୍ତି ହାତୀପଲ । ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ପ୍ରତି  ଘଣ୍ଟାରେ ହାତୀମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ।  ବନ୍ୟପ୍ରାଣୀ ଓ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ  ନିଆଯାଇଥିବା କଥା ବନଖଣ୍ଡ ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ ,୧୦/୧୧/୨୦୨୫---୮,୧୦ Sakhigopal News,10/11/2025

ads

Blog Archive

Popular Posts