ads

Breaking News

ବଡ ଓଷାରେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କଲେ ଧବଳେଶ୍ୱରଙ୍କୁ


ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ  ଆଦ୍ୟଶାସନ ବୀରରାମଚନ୍ଦପୁର ଗ୍ରାମର ତୁତୀୟ ଓ  ଚତୁର୍ଥ ଖଣ୍ଡି ମୁଣ୍ଡରେ ପୂଜିତ ଧବଳେଶ୍ୱର ମହାଦେବଙ୍କ ମନ୍ଦିରରେ ବଡଓଷା ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ  ହଜାର ହଜାର ଶ୍ରଦ୍ଧାଳୁ ସକାଳୁ  ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଧାଡିରେ ଶାନ୍ତି ଶୃଙ୍ଖଳା ସହିତ ଦର୍ଶନ କରିବା ସହ ପାଣିଲାଗି ଓ ଭୋଗ କରିଥିବାର ଦେଖାଯାଇଥିଲା । ପ୍ରତିବର୍ଷ ପରି କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ବଡଓଷା ପାଳିତ ହୋଇଥାଏ । ସେଥିଯୋଗୁ ଭକ୍ତ ମାନଙ୍କର ଗହଳିକୁ ଲକ୍ଷ୍ୟ କରି ଗ୍ରାମ କୋଠ ମହାଜନଙ୍କ ନିଷ୍ପତି କ୍ରମେ  ପୂର୍ବ ରାତିରୁ ଠାକୁରଙ୍କ ସମସ୍ତ ନୀତିକାନ୍ତି କରାଯିବା ପରେ ଭୋରରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସାହାଣ ମେଳା ଦର୍ଶନ ମିଳିଥିଲା । ଗ୍ରାମ କୋଠ ଓ ଯୁବକସଂଘର ସଦସ୍ୟ ମାନଙ୍କ ଦ୍ୱାରା ଠାକୁରଙ୍କୁ ଦର୍ଶନ ନିମନ୍ତେ ବ୍ୟାରିକେଟ କରାଯାଇ ଧାଡିରେ ଲୋକମାନେ ମନ୍ଦିରକୁ ଯାଇଥିଲେ ।  ଦୀପ, ବେଳପତ୍ର, ଫୁଲ, ଭୋଗ ପଇଡ, ନଡିଆ, କ୍ଷୀର, ପାଚିଲାକଦଳୀ, ନବାତ ସହିତ ଚୁଡାଘଷା ଭୋଗ କରିବା ସହ ନିଜ ନିଜର ଓ ପରିବାରକୁ ସୁଖ ଶାନ୍ତିରେ ରଖିବା ପାଇଁ ମହିଳା ମାନେ ଠାକୁରଙ୍କ ପାଖରେ ସେବାୟତ ମାନଙ୍କ ଦ୍ୱାରା ପାଣିଲାଗି କରିଥିଲେ । ଗ୍ରାମ ଦାଣ୍ଡ , ମନ୍ଦିର ରାସ୍ତା ଓ ମନ୍ଦିର ବେଡା ପରିସରରେ ଭୋଗ ଦେକାନ ସହିତ ଷ୍ଟେସନାରୀ, ଫାଷ୍ଟଫୁଡ, ଗୁପୁଚୁପୁ, ଜଳଖିଆ ,ଖେଳନା ଆଦି ଦେକାନ ବଜାର ଖୋଲିଥିଲା ।  ସତ୍ୟବାଦୀ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ମୃତ୍ୟୁୟନ କରାଯାଇଥିଲା । ସେହିପରି ଗ୍ରାମ ମାନଙ୍କରେ ଥିବା ବିଭିନ୍ନ ମହାଦେବଙ୍କ ମନ୍ଦିରରେ ମଧ୍ୟ ଲୋକମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୧୧/୨୦୨୫---୧୨,୧୦  Sakhigopal News, 4/11/2025

ads

Blog Archive

Popular Posts