ads

Breaking News

ଲରମ୍ଭା କଲେଜରେ ବିଶ୍ବଏଡସ ଦିବସ ପାଳିତ

 
ବରଗଡ଼ --- ଅତାବିରା ବ୍ଲକ୍  ସ୍ଥିତ ଲରମ୍ଭା କଲେଜ ଠାରେ ବିଶ୍ବ ଏଡସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କଲେଜ ସ୍ଥିତ ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନାର ସମସ୍ତ ସ୍ବେଚ୍ଛାସେବୀ ଓ  ଛାତ୍ରଛାତ୍ରୀଙ୍କୁ ନେଇ କଲେଜ ପରିସରରୁ ଏକ ସଚେତନତା ଶୋଭାଯାତ୍ରା  ବାହାରିଥିଲା। ଯୁବରେଡକ୍ରସ  ଅଧିକାରୀ ସୁନୀଳ କୁମାର ପ୍ରଧାନ, ବୀଣା ମେହେର, ଜାତୀୟ ସେବା ଯୋଜନା ଅଧିକାରୀ ଡଃ ଅଜିତ କୁମାର ନାଥ, ଗଣେଶ ସିଂ, ସଂଘମିତ୍ରା ମହାକୁର ସମେତ ସୁଶୀଳ ମହାକୁର, ଗୋବିନ୍ଦ ପୋଢ, ଗିରିଧାରୀ ପୁଟେଲ, ରଜତ ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହି ଉଦ୍ଦେଶ୍ୟରେ ଚଳିତ ମାସ ୩ ତାରିଖରେ ଭିମସାର ବୁର୍ଲା ସହାୟତାରେ କଲେଜ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବାର ଘୋଷଣା କରାଯାଇଛି ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩/୧୨/୨୦୨୪---୮,୪୫ Sakhigopal News,3/12/2024

ads

Blog Archive

Popular Posts