ads

Breaking News

ବାନିପାଲି ପ୍ରୋଜେକ୍ଟ ଉ ପ୍ରା ବିଦ୍ୟାଳୟ ର ବାର୍ଷିକୋତ୍ସବ ପାଳିତ



ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ବାନିପାଲି ପ୍ରୋଜେକ୍ଟ ଉ ପ୍ରା ବିଦ୍ୟାଳୟ ର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ।ସମ୍ମାନିତ ଅତିଥି ଭାବେ ଦେଶଭଟଲି ସିଆରସିସି ଅମିତ କୁମାର ତ୍ରିପାଠୀ, ସଂକ୍ରିଡା ସିଆରସିସି ବିଶ୍ବଜିତ ମହାପାତ୍ର, ବିଦ୍ୟାଳୟର ସଭାପତି ରାଜେଶ ଡନସନା ଓ ରାଜେନ୍ଦ୍ର ମଲ୍ଲିକ ଯୋଗ ଦେଇଥିଲେ। କ୍ଲଷ୍ଟରର ସମସ୍ତ ପ୍ରଧାନଶିକ୍ଷକ ମାନେ ଉପସ୍ଥିତ ଥିଲେ। ଏହି ସମୟରେ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।  ଶିକ୍ଷକ ଶିକ୍ଷୟିତ୍ରୀ ଘାସିରାମ ଦାଶ, ରିତା ପ୍ରଧାନ, ବନ୍ତୀ ବୁଡେକ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ନିତୁ ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୩/୧୨/୨୦୨୪ ---୮,୨୦ Sakhigopal News,23/12/2024

ads

Blog Archive

Popular Posts