ads

Breaking News

ଲଜ୍ ରେ ଚାଲିଥିଲା ଦେହ ବ୍ୟବସାୟ , ବେଲଗୁଣ୍ଠା ପୋଲିସ ର ଚଢ଼ାଉ, ୩ ଦେହଜୀବି ଉଦ୍ଧାର, ୫ ଗିରଫ

 ଭଞ୍ଜନଗର- -  ବେଲଗୁଣ୍ଠା ସହରର ମୁଖ୍ୟ ରାସ୍ତା କଡ଼ରେ ଏକ ଲଜ୍ ରେ ବେଲଗୁଣ୍ଠା ପୋଲିସ ଚଢ଼ାଉ କରି ଲଜ୍ ମାଲିକ ସମେତ ୫ ଗ୍ରାହକଙ୍କୁ ଗିରଫ କରିଛି ।  ଏଥିରେ ସମ୍ପୃକ୍ତ ୩ ଦେହଜିବୀଙ୍କୁ ଉଦ୍ଧାର କରାଯାଇଛି । ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ  ବେଲଗୁଣ୍ଠା ଥାନା ସବ୍ ଇନ୍ସପେକ୍ଟର ନାରାୟଣ ନାୟକଙ୍କ ନେତୃତ୍ୱରେ ବୋଲଗୁଣ୍ଠା ପୋଲିସ ଟିମ୍ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ନିଉ ଲୋକନାଥ ଭବନ ନାମକ ଏକ ଲଜ୍ ରେ ଦେହ ବ୍ୟବସାୟ ଚାଲିଥିବା ସୂଚନା ପାଇଥିଲେ ।  ରାତି ପ୍ରାୟ ୩ ଟା ସମୟରେ ଉକ୍ତ  ଲଜ୍ ରେ ଚଢ଼ାଉ କରିଥିଲେ । ସୂଚନା ମୁତାବକ ୩ ଟି  ରୁମ୍ ରେ ଚଢ଼ାଉ କରି ୩ ଜଣ ଦେହଜିବୀଙ୍କ ସହ ୪ ଗ୍ରାହକଙ୍କୁ ଧରିଥିଲା ପୋଲିସ । ସମସ୍ତ କୋଠରୀ ରୁ କିଛି ଆପତ୍ତି ଜନକ ସାମଗ୍ରୀ ଜବତ ହୋଇଥିଲା । ଲଜ୍ କୁ ଲିଜରେ ନେଇଥିବା ବ୍ୟକ୍ତିଙ୍କ ସହ ୪ ଗ୍ରାହକଙ୍କୁ ଗିରଫ କରାଯାଇଥିଲା । ଉଧାର ହୋଇଥିବା ଦେହଜିବୀଙ୍କୁ ସ୍ବଧାର ଗୃହ କୁ ପଠାଯାଇଛି । ଏନେଇ ୫୩୩/୨୪ ରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରହିଥିବା, ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ଠାରୁ ସୂଚନା ମିଳିଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୧୨/୨୦୨୪----୭,୪୫ Sakhigopal News,25/12/2024

ads

Blog Archive

Popular Posts