ads

Breaking News

ଡିଏଭି ଜାତୀୟ କ୍ରୀଡ଼ାରେ ଭଞ୍ଜନଗର ଛାତ୍ରଙ୍କ ବାଜିମାତ୍



ଭଞ୍ଜନଗର---ଚଳିତ ବର୍ଷ ନୂଆଦିଲ୍ଲୀ ଠାରେ ଡିଏଭି ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗରର ତିନି ଜଣ ଛାତ୍ର ଯୋଗଦାନ କରିଥିଲେ  ।ଦଶମ ଶ୍ରେଣୀ ଛାତ୍ର  ପ୍ରତ୍ୟୁଷ ପ୍ରଧାନ  ,ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଆୟୁଷ ପଣ୍ଡା ଓ ଦଶମ ଶ୍ରେଣୀ ଛାତ୍ର ହେମନ୍ତ ସେଠୀ   ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ପାଇଁ ସୁଯୋଗ ପାଇଥିଲେ।ଡିଏଭି ଜାତୀୟ କ୍ରୀଡ଼ାରେ ତାଇକୁଣ୍ଡର ଅଣ୍ଡର ୧୭ ବିଭାଗରେ ଦଶମ ଶ୍ରେଣୀ ଛାତ୍ର  ପ୍ରତ୍ୟୁଷ ପ୍ରଧାନ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବା ବେଳେ  ଆୟୁଷ ପଣ୍ଡା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।ତୀରନ୍ଦାଜୀରେ ହେମନ୍ତ ସେଠୀ ବ୍ୟକ୍ତିଗତ ବର୍ଗରେ ବ୍ରୋଞ୍ଜ ଏବଂ ଦଳଗତ ପ୍ରଦର୍ଶନରେ ସିଲଭର ପଦକ ବିଜୟୀ ହୋଇଛନ୍ତି।  ସେମାନଙ୍କ ପ୍ରତ୍ୟାବର୍ତ୍ତନ ସମୟରେ  ବସ୍ ଷ୍ଟାଣ୍ଡରେ ଡିଏଭି ଭଞ୍ଜନଗରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ବିଦ୍ୟାଳୟ ର ଖେଳ ଶିକ୍ଷକ ଶ୍ରୀ ୟୁ ଉମା ମହେଶ୍ୱର ରାଓ ଓ  ଶିକ୍ଷକ ଶ୍ରୀ ନଳିନୀକାନ୍ତ ପଣ୍ଡା ଙ୍କୁ ସେମାନଙ୍କ ଅବଦାନ ପାଇଁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରବାସହ ଜାତୀୟ ସ୍ତରର କ୍ରୀଡା ପ୍ରତିଯୋଗିତାରେ ଆମର ଛାତ୍ରମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ, ବ୍ରୋଞ୍ଜ, ସିଲଭର ଏବଂ ସ୍ୱର୍ଣ୍ଣ ଜିତିବାଭଳି କଠିନ ଅଧ୍ୟବସାୟ ଓ ଉତ୍ସର୍ଗୀକୃତ ଭାବନାକୁ ଭୂୟସୀ ପ୍ରଶଂସା କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୧୨/୨୦୨୪----୮,୪୫ Sakhigopal News,12/12/2024

ads

Blog Archive

Popular Posts