ads

Breaking News

ଗାଈ ଚରାଳି ଙ୍କୁ ହତ୍ୟା ଘଟଣାରେ ଆଜୀବନ କାରାଦଣ୍ଡ


ଭଞ୍ଜନଗର,: ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଘଟିଥିବା ଏକ ହତ୍ୟା ମାମଲାର ବିଚାର କରି ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଦେବଦତ୍ତ ପଟ୍ଟନାୟକ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଦଣ୍ଡିତ କରିଛନ୍ତି । ଗତ ୨୦୨୧ ମସିହାରେ ତାରାସିଙ୍ଗି ଥାନା ଖଜୁରୀପଲ୍ଲୀ ଗ୍ରାମର ଗୋପାଳକ କୃଷ୍ଣ ଖିଲାରଙ୍କୁ ହତ୍ୟା କରିବା ମାମଲାରେ ବିଚାର କରି ସୁବାସ ବିଷୋୟୀକୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଥିବା ଶୁଣାଣି କରିଛନ୍ତି। ଏଥି ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ କରିଛନ୍ତି। ଜରୀମାନା ଅନାଦେୟ ଅଧିକ ଏକବର୍ଷ କାରାଦଣ୍ଡ ଭୋଗିବା ପାଇଁ ରାୟରେ ପ୍ରକାଶ କରିଛନ୍ତି। ଏହି ମାମଲାରେ ୨୦ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଆଧାରରେ ଏହି ରାୟ ଶୁଣାଇଥିବା ସରକାରୀ ଆଇନଜୀବୀ ଉଷାକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି। ତାରସିଂ ଥାନା ଖଜୁରୀପଲି ଗ୍ରାମର କୃଷ୍ଣ ଖିଲାରଙ୍କ ଏକ ଜାଗାକୁ ନେଇ ସମ୍ପକୀୟ ଭାଇ ସୁବାସ ବିଷୋୟୀ ସହ ବିବାଦ ପୂର୍ବରୁ ଲାଗି ରହିଥିଲା। ଉକ୍ତ ଜାଗାକୁ କେନ୍ଦ୍ର କରି ସୁବାସ କୃଷ୍ଣ ଓ ତାର ପୁଅ ଭଞ୍ଜକୁ ଗତ ୨୦୨୧ ମସିହା ଅକ୍ଟୋବର ୨୮ ତାରିଖ ଦିନ ସୁବାସ ଆସି କୃଷ୍ଣ ଖିଲାରଙ୍କ ଘରେ ଡାକିବା ସହ ଜୀବନରେ ମାରିଦେବା କୁ ଧମକ ଦେଇଥିଲା। ଏଥି ସହିତ ତାଙ୍କ ଘର୍ ସାମ୍ନାରୁ ଏକ କାଠଫାଳିଆ ନେଇଥିଲା। ସେହି ଦିନ ବିଳମ୍ବିତ ରାତି ଯାଏଁ କୃଷ୍ଣ ଘରକୁ ଫେରିନଥିବା ବେଳେ ପରିବାର ଲୋକ ଖୋଜାଖୋଜି କରିଥିଲେ। ଖଜୁରୀପଲ୍ଲୀ ରୁ ବାଟବଂଜର ଦେଇ ଗାୟାଗଣ୍ଡା ଯିବା ରାସ୍ତାର ଡାହାଣ ପଟେ  ଚପଲ ପଡିଥିବା ଦେଖିଥିଲେ। ଏହାର କିଛି ଆଗକୁ ଯିବା ପରେ ଗୋଟେ ବିଲରେ କୃଷ୍ଣର ରକ୍ତାକ୍ତ ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ। ଏଥି ସହ ରକ୍ତଲଗା କାଠଫାଳିଆ ମଧ୍ୟ ସେଠାରେ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। କୃଷ୍ଣର ପୁଅ ଭଞ୍ଜର ଏତଲା କ୍ରମେ ପୁଲିସ କେସନଂ ୨୮୯/୨୧ ରେ ମାମଲା ରୁଜୁ କରି ସୁବାସକୁ କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୧୨/୨୦୨୪---୭,୪୫ Sakhigopal News,7/12/2024

ads

Blog Archive

Popular Posts