ads

Breaking News

ଆମ୍ବେଦକରଙ୍କ ପ୍ରତି ସଂସଦରେ ଅମିତ୍ ଶାହଙ୍କ ଅପମାନଜନିତ ମନ୍ତବ୍ୟ ପ୍ରତିବାଦରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ


ଜଟଣୀ,: ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ସଭାପତି ସମ୍ବିତ କୁମାର ମଙ୍ଗରାଜ ଙ୍କ ନେତୃତ୍ଵରେ ଜଟଣୀ ନଗର ସଭାପତି ଅଶୋକ କୁମାର ମଙ୍ଗରାଜ ତତ୍ତ୍ଵାବଧାନରେ ବି,ଆର,ଆମ୍ବେଦକର ଙ୍କ ପ୍ରତି ଅପମାନ ଜନିତ ମନ୍ତ୍ୟବ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ଲୋକସଭାରେ ଦେଇଥିଲେ ।  ଜଟଣୀ ବସଷ୍ଟାଣ୍ଡ ଆମ୍ବେଦ କର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବା ପରେ 
ଏହାର ପ୍ରତିବାଦରେ ଶୋଭା ଯାତ୍ରା ବାହାରି କ୍ଷମା ପର୍ଥନା କରନ୍ତୁ ଅଥବା ଇସ୍ତଫା ଦିଅନ୍ତୁ ଦାବିକରି ହାରିଭାଇନା ଛକ ମୁଖ୍ୟ ରାସ୍ତାରେ କୁଶପୁତ୍ତଳିକା ଦାହ କରାଯାଇ ଥିଲା ।ଏହି କାର୍ଯ୍ୟକ୍ରମରେ,ନାରୀ ନେତ୍ରୀ ନିରୁପମା ପାତ୍ର,ସତ୍ୟଭାମା ସ୍ୱାଇଁ ବରିଷ୍ଠ କଂଗ୍ରେସ ନେତା ବୃନ୍ଦାବନ ସାହୁ,ଶିବ ପ୍ରସାଦ ଦାସ, ଦିଲୀପ ପ୍ରଧାନ,ଜିତେନ୍ଦ୍ର ବରାଳ,ପ୍ରତାପ ବରାଳ ପ୍ରମୁଖ ଯୁବ କଂଗ୍ରେସ,ମହିଳା ମାନେ ଯୋଗ ଦେଇ ଥିଲେ।

ads

Blog Archive

Popular Posts