ads

Breaking News

ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟରେ କଳା ଛାତ୍ର ଛାତ୍ରୀ ମାନଙ୍କୁ ସ୍ବାଗତ



କୋଣାର୍କ --- ନୂଆ ପାଟଣା ଗୋରୁଆଳ ସ୍ଥିତ ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ପରିସରରେ ନବାଗତ ପ୍ରଥମ ବର୍ଷ ର କଳା ଛାତ୍ର ଛାତ୍ରୀଙ୍କ ନିମନ୍ତେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଅଛି । ଏଥିରେ ୨୫ ଜଣ କଳା ଛାତ୍ର ଛାତ୍ରୀଙ୍କୁ ମହାବିଦ୍ୟାଳୟ ତରଫରୁ ପାଠ୍ୟ ଉପକରଣ ଏବଂ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ବାଗତ କରାଯାଇଥିଲା।

ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ଗୋରୁଆଳ ସରପଞ୍ଚ ନିରଂଜନ ମିଶ୍ର ଯୋଗଦେଇଥିଲେ । ସଭାପତି  ଚକ୍ରଧର  ମହାପାତ୍ରଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ  ଶ୍ୟାମ ପ୍ରକାଶ ସେନାପତି, ଅଧ୍ୟାପିକା ତୃପ୍ତି ରେଖା ମିଶ୍ର, କଳ୍ପନା ବେହେରା, ଅଧ୍ୟାପକ ଜଗବନ୍ଧୁ ଦାଶ, ଭବାନୀ ଶଙ୍କର ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ । ମହାବିଦ୍ୟାୟାଳୟର ଅଧ୍ୟକ୍ଷ ଦୁର୍ଗା ମାଧବ କର ଅତିଥି ପରିଚୟ ପ୍ରଦାନ କରିଥିଲେ। ସରପଞ୍ଚ ଶ୍ରୀ ମିଶ୍ର ଛାତ୍ରଛାତ୍ରୀଙ୍କୁ ଆଶ୍ରିବଚନ ପ୍ରଦାନ ପୂର୍ବକ ନୂଆ ପାଟଣା ସ୍କୁଲ ଠାରୁ ଚାରୁକଳା ମହାବିଦ୍ୟାଳୟ ପରିସର ପର୍ଯ୍ୟନ୍ତ କଚା ରାସ୍ତା କୁ ଖୁବ୍ ଶୀଘ୍ର ପକ୍କା ରାସ୍ତା କରିବେ ଓ ନୂଆ ପାଟଣା ସ୍କୁଲ ନିକଟ ରେ ଥିବା ବିଦ୍ୟୁତ ଖୁଣ୍ଟ ରେ ଏବଂ ଆର୍ଟ କଲେଜ ସମ୍ମୁଖ ରେ ଥିବା ଖୁଣ୍ଟ ରେ ଦୁଇଟି ମରକ୍ୟୁରି ଲାଇଟ୍ ଦେବେ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ। ଏହା ପରେ  ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହାକୁ ସାଂସ୍କୃତିକ ସଂପାଦକ ଶ୍ୟାମ ପ୍ରକାଶ ସେନାପତି ପରିଚାଳନା କରିଥିଲେ । ପରିଶେଷ ରେ  ଚକ୍ରଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। 


  କୋଣାର୍କ ରୁ ଅଜିତ ମଲିକଙ୍କ ରିପୋର୍ଟ,୨୧/୧୨/୨୦୨୪----୮,୧୦
Sakhigopal News, 21/10/2024


ads

Blog Archive

Popular Posts