ads

Breaking News

ଥୁଆପାଲି ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିନ


ବରଗଡ଼ ---ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିନ ରେ ମହାରାଜ କଂସ ପ୍ରଜା ମାନଙ୍କ ସୁଖଦୁଃଖ ବୁଝି ଥିଲେ। ମହାରାଜ କଂସଙ୍କୁ ଶୂନ୍ଯବାଣୀ ହୋଇଥିଲା ଅଷ୍ଟମ ଗର୍ଭରେ ଶ୍ରୀକୃଷ୍ଣ ଜାତ ହୋଇ ତୋର ମୃତ୍ୟୁ ସୁନିଶ୍ଚିତ। ଏହା ଶୁଣି କଂସ ମହାରାଜ ମର୍ମାହତ ହୋଇଥିବା, ସମୟରେ ନାରଦ ଉପସ୍ଥିତ ହୋଇଥିଲେ। କଂସ ମହାରାଜ କୃଷ୍ଣ ଙ୍କୁ ମାରିବା ପାଇଁ ପୁତନା ରାକ୍ଷସୀ ପଠାଇବା ପାଇଁ ପରାମର୍ଶ ଦେଇଥିଲେ। କଂସଙ୍କ ନିର୍ଦ୍ଦେଶ କ୍ରମେ ପୁତନା ଗୋପପୁର କୁ ଗମନ । କଂସ ମହାରାଜ ଭୂମିକା ରେ ଗୋପାଳ ପଣ୍ଡା, ମନ୍ତ୍ରୀ ଲଖିଦ୍ର ଭୂଏ, ସେନାପତି ହେମନ୍ତ, ଚାଣୁର ଦେବାନନ୍ଦ ଛନ୍ଦ, ମୁଷ୍ଟିକ ସୁନୀଲ ରାଓ, ପୁତନା ଅନ୍ତ ପ୍ରଧାନ ଓ ନାରଦ ଭୂମିକାରେ ପାର୍ଥ ଭାଟି ଅଭିନୟ ଉଚ୍ଚ କୋଟୀର ହେଉଥିବାରୁ ଦର୍ଶକ ପ୍ରଶଂସା କରିଥିଲେ। ମୀନାବଜାର ଓ ଖାଦ୍ୟ ପେୟ ଦୋକାନ ବଜାରରେ ଗହଳି ପରିଲକ୍ଷିତ ହୋଇଥିଲା। ଦିନକୁ ଦିନ ଦର୍ଶକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୦/୧୨/୨୦୨୪---୮,୫୦ Sakhigopal News,20/12/2024

ads

Blog Archive

Popular Posts