ads

Breaking News

ସତ୍ୟବାଦୀ ମହୋତ୍ସବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ



 ସାକ୍ଷୀଗୋପାଳ--- ସତ୍ୟବାଦୀର ପଞ୍ଚସଖା ଖେଳ ପଡିଆରେ ଅନୁଷ୍ଠିତ ସତ୍ୟବାଦୀ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ସଂଯୋଜକ ତଥା ଜୟପୁର ସମିତିସଭ୍ୟ ଦୀପକ ଶତପଥି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ମହୋତ୍ସବ କମିଟିର ସଭାପତି ଜାନକୀଭଲ୍ଲବ ମିଶ୍ର  ସମ୍ପାଦକ ଜାନକୀ ବଲ୍ଲଭ ବରାଳ,ଙ୍କ ସହିତ ଶଙ୍କର୍ଷଣ ବରାଳ, ପ୍ରାଚୁର୍ଯ୍ୟ ହୋତା, ଭଗବାନ ବେହେରା, କାପୁନା ରଥ, ଶରତ ଚନ୍ଦ୍ର ମହାପାତ୍ର, ରଞ୍ଜନ କୁମାର ବରାଳଙ୍କ ସହିତ ଅନେକ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଆସନ୍ତା ଫେବୃଆରୀ ମାସ ୯, ୧୦ ଓ ୧୧ ତିନିଦିନ ଧରି ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସଂଯୋଜକ ଶ୍ରୀ ଶତପଥିଙ୍କ ଠାରୁ ସୁଚନା ମିଳିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୧୨/୨୦୨୪---୭,୧୦    Sakhigopal News, 7/12/2024

ads

Blog Archive

Popular Posts