ads

Breaking News

ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

 
 ବରଗଡ଼ ---ସୋନପୁର ଜିଲ୍ଲା ବାବୁପାଲି ଗ୍ରାମ ପଞ୍ଚାୟତ ଅଫିସ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ବାବୁପାଲି ଯୁବଗୋଷ୍ଠୀ ଓ ଭେଡେନ ଅମୃତ୍ କୁଟୁମ୍ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବାବୁପାଲି ସରପଞ୍ଚ ସୌଦାମିନୀ ସାହୁ ବିଧିବଦ୍ଧ ଭାବେ ଫିତାକାଟି ଉଦଘାଟନ କରିଥିଲେ।  ୬ଜଣ ମହିଳା ସମେତ ୪୫ ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ରକ୍ତ ସଂଗ୍ରହ କରିଥିଲେ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ର ରକ୍ତଭଣ୍ଡାର ଅଧିକାରୀ ସେନ୍ହାଲି କୁମାରୀ ଦଲାଇ ଓ ଟେକନିସିଆନ ଦେବାଶିଷ ମିଶ୍ର, ଆଟେଣ୍ଡାଣ୍ଟ ଦିଲିପ କୁମାର ସାହୁ, ପ୍ରହଲ୍ଲାଦ ଭୋଇ, ବିନୋଦ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କରି ଥିଲେ। ସ୍ଵତନ୍ତ୍ର ଅତିଥି ଭାବେ ଭେଡେନ ଅମୃତ୍ କୁଟୁମ୍ ସଭାପତି ଆନନ୍ଦ ଚନ୍ଦ୍ର ସୁନା ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।  ବାବୁପାଲି ଯୁବଗୋଷ୍ଠୀ ଓ ଅମୃତ କୁଟୁମ ର ରୁଦ୍ର ନାରାୟଣ ସାହୁ, ବଂଶୀଧର ବେହେରା, ବିଶ୍ବଦେବ ବଡପଣ୍ଡା, ବାସୁଦେବ ପ୍ରଧାନ, ସୌମୀତ୍ରି ପ୍ରଧାନ, ଧନେଶ୍ଵର ସାହୁ,ଲଲିତ ସାହୁ, ଶଶିଭୂଷଣ ପାଣିଗ୍ରାହୀ, ଗୋପି ମେହେର, ଭୀମ ଦୁବସାଗର, ପ୍ରହଲ୍ଲାଦ ମେହେର, ଶେଷଦେବ କର୍ଣ୍ଣ ପ୍ରମୁଖ ଉପସ୍ଥିତ ସହଯୋଗ କରିଥିଲେ। ପରିଶେଷରେ ଅମୃତ୍ କୁଟୁମ୍ ର ସଂଯୋଜକ ବୁଲୁ ବଡପଣ୍ଡା  ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୮/୨୦୨୪----୯,୩୦ Sakhigopal News,4/8/2024

ads

Blog Archive

Popular Posts