ହସ୍ତୀ ଦିବସ ପାଳିତ, ତେଜସ୍ଵୀନୀ ସ୍ୱେଚ୍ଛl ସେବୀ ସଂଗଠ- ନ ତରଫରୁ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ
ଭଞ୍ଜନଗର-- ଶନିବାର ସେଣ୍ଟ ଆନସ ବିଦ୍ୟାଳୟ ପରିସରରେ ହସ୍ତୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ତେଜସ୍ଵୀନି ସ୍ୱେଚ୍ଛାସେବୀ ସଂଗଠନର ନିର୍ଦ୍ଦେଶିକା ଶ୍ରୀମତୀ ଜ୍ୟୋତି ସିଂ ଟୁଡୁ, ଅନ୍ୟତମ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ଶତପଥୀ, ବନ୍ୟପାଳ ଶ୍ରୀ ଶଙ୍କର ଗୌଡ, ଅବସର ପ୍ରାପ୍ତ ବନ କର୍ମଚାରୀ ଶୁଳପାଣି ଶତପଥୀ ପ୍ରମୁଖ ଉକ୍ତ ସଭାରେ ଉପସ୍ଥିତ ଥିଲେ l ବିଦ୍ୟାଳୟର ଅଧ୍ୟକ୍ଷା ସିଷ୍ଟର ସlନ୍ଥା କୁମାରୀଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ପରିଚାଳନା କରାଯାଇଥିଲା । ସ୍ୱେଚ୍ଛାସେବୀନୀ ଜ୍ୟୋତି ପ୍ରଜ୍ଞା ତ୍ରିପାଠୀ ଓ ସୁଜ୍ଞାନୀ ଶେଖରୀ ବିଷୋୟୀଙ୍କ ତତ୍ତ୍ଵାବଧାନରେ ହାତୀ ଓ ପରିବେଶ ସମ୍ପର୍କିତ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ୮୦ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶ୍ରହଣ କରିଥିଲେ । ପ୍ରତିଯୋଗିତାର ଫଳଫଳ ସ୍ୱରୂପ ପ୍ରଥମ ସ୍ଥାନରେ ଦିବ୍ୟସ୍ୱରୁପା ସାହୁ, ଦ୍ଵିତୀୟ ସୌମ୍ୟଶ୍ରୀ ପ୍ରଧାନ ଓ ତୃତୀୟ ସ୍ଥାନରେ ପ୍ରୀୟାନୀ ପ୍ରଧାନ ପୁରସ୍କୃତ ହୋଇଥିଲେ । ଅତିଥିମାନଙ୍କ ଦ୍ଵାରା ବନ୍ୟ ପ୍ରାଣୀ ସଂରକ୍ଷଣ ତଥା ହାତୀ ଓ ପରିବେଶ ସଂପର୍କିତ ଏକ ସଚେତନତା ଆଲୋଚନା ଚକ୍ର ଅନଷ୍ଠିତ ହୋଇଥିଲା। ଶିକ୍ଷୟତ୍ରୀ କାଜୋଲ ନାୟକ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗରେ କାର୍ଯକ୍ରମଟି ସଫଳ ହୋଇଥିଲା l ଶେଷରେ ସିଷ୍ଟର ସ୍ଵଭଗ୍ୟମ ଧନ୍ୟବାଦ୍ ଅର୍ପଣ କରିଥିଲେ l
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୮/୨୦୨୪----୮,୫୦ Sakhigopal News,12/8/2023




