ads

Breaking News

ବଡକୋଦଣ୍ଡା ଉଚ୍ଚ ବିଦ୍ୟାଳୟ ରେ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା ଓ ଉନ୍ନୟନ କମିଟିର ଆଲୋଚନା ଚକ୍ର



ଭଞ୍ଜନଗର :-  ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡ କୋଦଣ୍ଡା ଠାରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ର ଚିଠି ଓ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିର୍ଦେଶକ୍ରମେ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟିର ସଦସ୍ୟ ମାନଙ୍କୁ ନେଇ ଏକବୈଠକ ଅନୁଷ୍ଠିତ ହୋଇଯାଇଛି।  ବୈଠକରେ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ଅଧକ୍ଷତା କରିଥିଲେ l ଏହାକୁ ପରିଚାଳନା କମିଟି ସଭାପତି ଗୋଲାପ ପାତ୍ର ପ୍ରଦୀପ ପ୍ରଜ୍ଜଳନ କରି  କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ସି. ଆର. ସି. ସି. ମୋହନ ସାହୁ ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ କହିବାପାରେ ବିଦ୍ୟାଳୟ ରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଛାତ୍ର, ଛାତ୍ରୀ ଙ୍କ ପାଇଁ ସରକାରଙ୍କ ତରଫରୁ ଆସିଥିବା ପୋଷାକ, ଛାତ୍ର, ଛାତ୍ରୀ ଙ୍କୁ ବିଭାଗୀକରଣ, ବାଲ୍ବିୟବିବାହ  ଓ ଏହାର ଅପକକାରିତା, ପରିବେଶ ପରିଚ୍ଛନ୍ନତା, ସାଇବର ଠକେଇ, ପରୀକ୍ଷା ଓ ଦଳଗତ ପୁରସ୍କାର ଉପରେ ବରିଷ୍ଠ ଶିକ୍ଷକ ମନୋରଞ୍ଜନ ପଣ୍ଡା, ଗଣେଶ ଚନ୍ଦ୍ର ପଣ୍ଡା, ରଶ୍ମିତା ସାହୁ, ସାଜନ ସ୍ୱାଇଁ, ରାଜଶ୍ରୀ ପଟ୍ଟନାୟକ, ଅନିମା ମିଶ୍ର, ଶରତ ଚନ୍ଦ୍ର ବେହେରା ଓ ବାଳକୃଷ୍ଣ ପାତ୍ର ପ୍ରମୁଖ ବୁଝାଇଥିଲେ l ପେନାଲ ବୋର୍ଡ ମାଧ୍ୟମରେ ଶିକ୍ଷlଦାନ ଶୈଳୀ କୁ ମଧ୍ୟ ଦେଖାଇଥିଲେ l ଏଥିରେ ଏକ ଶହରୁ ଊର୍ଦ୍ଧ ଅଭିଭାବକ ଯୋଗଦେଇଥିବା ବେଳେ ପରିଚାଳନା କମିଟି ଓ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l ଶେଷରେ ଶିକ୍ଷକ ସାଜନ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ l
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୮/୨୦୨୩----୯,୩୫ Sakhigopal News,12/8/2023

ads

Blog Archive