ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ୭୭ତମ ସ୍ବାଧିନତା ଦିବସ ପାଳିତ
ସାକ୍ଷୀଗୋପାଳ ----
ଐତିହାସିକ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ୭୭ତମ ସ୍ବାଧିନତା ଦିବସ ପାଳିତ ହୋଇ ଯାଇଛି। ପ୍ରଥମେ ବିଦ୍ଯାଳୟ ପରିସରରେ ଥିବା ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଅଭିଭାବକ କମିଟିର ସଭାପତି ଚକ୍ରଧର ମହାରଣା ଏବଂ ସଦସ୍ଯ ସଦସ୍ୟା ବୃନ୍ଦ ଉପସ୍ଥିତ ଥଲେ।ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଂଜନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମୂହ ଛାତ୍ର ଛାତ୍ରୀ ମାନେ ରାଷ୍ଟୀୟ ସଂଗୀତ ଗାନ କରିବା ସହ ବନ୍ଦେ ମାତରମ,ଭାରତ ମାତା କି ଜୟ,ମହାତ୍ମା ଗାନ୍ଧି କି ଜୟ ଆଦି ଧ୍ବନି ପ୍ରଦାନ କରିଥିଲେ। ତତ୍ପରେ ମିଳିତ ପ୍ୟାରେଡ୍ରେ ଏନ୍ ସି ସି କ୍ୟାଡେଟ୍,ଜେଆରସି କ୍ୟାଡେଡ୍,ସ୍କାଉଟ୍ ଆଣ୍ଡ ଗାଇଡ୍ କ୍ୟାଡେଟ୍ ଓ ସାଧାରଣ କ୍ୟାଡେଟ୍ ମାନେ ଅଂଶ ଗ୍ରହଣ କରି ଅଭିବାଦନ ଜଣାଇଥିଲେ। । ବସନ୍ତ କୁମାର ସ୍ବାଇଁ,ବିଶ୍ବନାଥ ସ୍ବାଇଁ,ମୃତ୍ୟୁଂଜୟ ରଥ,ସୁଚିତ୍ର ଖଟେଇ,ଚିନ୍ମୟ ଜେନା,ପୁନମ କୁଜୁଲ, ସୌଦାମିନୀ ନାୟକ,ବୈଜୟନ୍ତି ମିଶ୍ର, ଗୀତାଂଜଳି ବେହେରା,ଦୀପା ଗୁରୁ,କୃଷ୍ଣ ପ୍ରିୟା ଦାଶ ଆଦି ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥାଇ ପ୍ୟାରେଡ୍ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ। ପ୍ରାୟ ୩୫୦ ଜଣ ଛାତ୍ର ଛାତ୍ରୀ ଏକଜୁଟ ହୋଇ ଧାଡି ବାନ୍ଧି ସ୍ଲୋଗାନ ଦେଇ ଦେଇ ବଜାର ପରିକ୍ରମା କରି ଫେରିବା ପରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ଛାତ୍ରୀ ମାନେ ଝୋଟି ଚିତା ବିଦ୍ୟାଳୟ ପରିସରରେ ପକାଇଥିଲେ ଯାହାକୁ ପ୍ରଶଂସା କରିଥିଲେ ସମସ୍ତ ଏସ୍ଏମ୍ସି କମିଟିର ସଦସ୍ଯ ସଦସ୍ୟା ତଥା ବିଦ୍ୟାଳୟର କର୍ମକର୍ତ୍ତା ମାନେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୮/୨୦୨୩----୫,୨୦ Sakhigopal News,15/8/2023
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୮/୨୦୨୩----୫,୨୦ Sakhigopal News,15/8/2023





