ଲୋକକଳା ଗ୍ରାମ ସାରଙ୍ଗଯୋଡିରେ ୭୭ତମ ସ୍ବାଧୀନତା ଦିବସ ପାଳିତ
ସାକ୍ଷୀଗୋପାଳ --- ଲୋକକଳା ଗ୍ରାମ ସାରଙ୍ଗଯୋଡିର ଦୁଇ ଅଗ୍ରଣୀ କଳା ଅନୁଷ୍ଠାନ ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟନୃତ୍ୟ ପରିଷଦ ଓ କୈଳାସ ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ ପକ୍ଷରୁ ୭୭ତମ ସ୍ଵାଧୀନତା ଦିବସ ଉଲ୍ଲାସର ସହ ପାଳିତ ହୋଇଯାଇଅଛି। ବାଇଁଶିବାଡିସ୍ଥିତ ଉଭୟ ଅନୁଷ୍ଠାନର ଆଖଡାଶାଳ ଠାରେ ସଦସ୍ୟମାନେ ଏକତ୍ରିତ ହୋଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ପରେ ପରିସର ମଧ୍ୟରେ ଉଦ୍ୟାନ ବିଭାଗ ପକ୍ଷରୁ ପ୍ରଦତ୍ତ ଆମ୍ଵ,ବକୁଳ, ପିଜୁଳି, ଲେମ୍ଵୁ ଆଦି ଚାରା ରୋପଣ କରାଯାଇଥିଲା। ଉଭୟ ଅନୁଷ୍ଠାନର ସମ୍ପାଦକ ରମେଶ ଚନ୍ଦ୍ର ପଲେଇ ଓ କୈଳାସ ଚନ୍ଦ୍ର ବିଶ୍ଵାଳ, ସଭ୍ୟ ସୁଦର୍ଶନ ପରିଡ଼ା, ରବୀନ୍ଦ୍ର ସାହୁ,ଭରତ ଜେନା,ନୀତିବ୍ରତ ରଥ,ଜୟକୃଷ୍ଣ ମହାପାତ୍ର, ସମୀର କୁମାର ପଲେଇ,ବିଜୟ ନାୟକ ଓ ଅନ୍ୟମାନେ ଉପସ୍ଥିତ ରହି ଉତ୍ସବ ପରିଚାଳନା କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୮/୨୦୨୩----୫,୨୦ Sakhigopal News,15/8/2023




