ads

Breaking News

ଜଙ୍ଗଲ ସୁରକ୍ଷା ନ କଲେ ଗଜରାଜଙ୍କୁ ମିଉଜିୟମ ରେ ଦେଖିବା ମିଳିବ

 
 
ଡେଲାଙ୍ଗ :ଅଗଷ୍ଟ ବାର ବିଶ୍ୱ ହସ୍ତୀ ଦିବସ ପାଳନ ଅବସରରେ ପ୍ରକୃତିମିତ୍ର ଆଇନଜୀବୀ ହୃଷୀକେଶ ପାଢ଼ୀ ଜଙ୍ଗଲ ର ସୁରକ୍ଷା ଉପରେ ଗୁରୁତ୍ଵାରୋପ କରିଛନ୍ତି ।ଜଙ୍ଗଲ କ୍ଷୟ ଯୋଗୁଁ ଗଜରାଜ ଆଜି ଜନବସତି ମୁଁହା  ହେବା ସହ ସେମାନଙ୍କ ଜୀଵନ ଅସୁରକ୍ଷିତ ହୋଇଛି । ଶିକାରୀମାନେ ମଧ୍ୟ ମୂଲ୍ୟବାନ ହାତୀ ଦନ୍ତକୁ ଚୋରାଚାଲାଣ କରି ଅର୍ଥଉପାର୍ଜନ ଲୋଭରେ ଏମାନଙ୍କୁ ଶିକାର କରି ଗଜରାଜ ଙ୍କ ଵଂଶ ଲୋପ କରୁଛନ୍ତି । କାନାଡ଼ା ର ଚିତ୍ର ନିର୍ମାତା ପାଟ୍ରିସିଆ ସିମ୍ସ, ମାଇକେଲ କ୍ଲାର୍କ ହାତୀମାନଙ୍କର ସୁରକ୍ଷା କୁ ଦୃଷ୍ଟିରେ ରଖି ହାତୀ ଦିବସ ପାଳନର ପରିକଳ୍ପନା  ପ୍ରଥମେ କରିଥିଲେ । ତେବେ ହାତୀ ଶିକାର ରୋକିବା ପାଇଁ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରେ ଦୁଇହଜାର ଏଗାର ମସିହା ଅଗଷ୍ଟ ବାର ତାରିଖରେ ବିଶ୍ୱ ହାତୀ ଦିବସ ପାଳନ ଆରମ୍ଭ ହେଲା ।‌ ସର୍ବେକ୍ଷଣରୁ ଜଣାପଡିଛି ପ୍ରତିବର୍ଷ ଶିକାରୀମାନେ ପ୍ରାୟ ଷୋଳହଜାରରୁ ଅଧିକ ହାତୀ ଶିକାର କରୁଛନ୍ତି । ଯାହାକି ମାନଵସଭ୍ୟତା ତଥା ଆମ ପରିବେଶ ପ୍ରତି ଘୋର ବିପଦ । ଯଦି ଏହି ଧାରା ଜାରି ରୁହେ ଆମର ଆଗାମୀ ଵଂଶଧର ମାନେ ଏହି ବିଶାଳକାୟ ଜୀବ କୁ କେବଳ ମିଉଜିୟମ ରେ ଦେଖିବା ହିଁ ସାର ହେବ  ବୋଲି ପଶୁପ୍ରେମୀ ମାନେ ମତପ୍ରକାଶ କରିଛନ୍ତି। ଜଙ୍ଗଲ ର ପୁନଃରୁଦ୍ଧାର ସହ ନୂତନ ଜଙ୍ଗଲ ସୃଷ୍ଟି ଉପରେ ଶ୍ରୀ ପାଢ଼ୀ ଗୁରୁତ୍ୱାରୋପ କରିବା ସହ ଗଜରାଜ ଙ୍କୁ ସୁରକ୍ଷା ଦେବା ପାଇଁ  ଜଣସାଧାରଣଙ୍କୁ ନିବେଦନ କରିଛନ୍ତି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୮/୨୦୨୩---୯,୪୫ Sakhigopal News ,12/82023

ads

Blog Archive