ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ
କନ୍ଧମାଳ ---- ବାଲିଗୁଡା ରେ 77ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଉପଖଣ୍ଡ ସ୍ତରୀୟ ଉତ୍ସବ କମିଟି ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି| ଏଥିରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ସ୍ତରରେ ଚିତ୍ରାଙ୍କନ,ଓଡ଼ିଆ ବକୃତା, ଦେଶାତ୍ମବୋଧ ସଂଗୀତ,ସାଧାରଣ ଜ୍ଞାନ ପ୍ରତିଯୋଗିତା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ଙ୍କ ତତ୍ୱାବଧାନ ରେ ପଞ୍ଚାୟତ ସମିତି କାର୍ଯ୍ୟଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା | ସେହିପରି ମହାବିଦ୍ୟାଳୟ ସ୍ତରୀୟ ବକୃତା ଓ କୁଇଜ ପ୍ରତିଯୋଗିତା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ତତ୍ୱାବଧାନ ରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ଙ୍କୁ ସ୍ୱାଧୀନତା ଦିବସ ରେ ପୁରସ୍କୃତ କରାଯିବ | ବାଲିଗୁଡା ସହର ରେ ଥିବା ସମସ୍ତ ସ୍କୁଲ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ | ଏହି ପ୍ରତିଯୋଗିତା ଗୁଡିକ ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ଅଭିମନ୍ୟୁ ପ୍ରଧାନ, ଶିକ୍ଷକ ତୀର୍ଥବାସୀ ଘଡେଇ ସମେତ ଅନ୍ୟ ମାନେ ସହଯୋଗ କରି ଥିଲେ | କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୩/୮/୨୦୨୩----୮,୪୫ Sakhigopal News,13/8/2023



