ads

Breaking News

ଜନକଲ୍ଯାଣ ସେବାଟ୍ରଷ୍ଟର ୧୫ବର୍ଷ ପୂର୍ତ୍ତି ଉପଲକ୍ଷେ "ଅନ୍ୱେଷଣ-୨୦୨୩ "ପାଳିତ



ଜଟଣୀ: -ଜନକଲ୍ଯାଣ ସେବାଟ୍ରଷ୍ଟର ୧୫ବର୍ଷ ପୂର୍ତ୍ତି ଉପଲକ୍ଷେ  "ଅନ୍ୱେଷଣ-୨୦୨୩ "ପାଳିତ ହୋଇଯାଇଛି | ଏହିଉତ୍ସବକୁ ଆନୁଷ୍ଠାନିକ ଭାବେ ଜଟଣୀର ପୂର୍ବତନ ବିଧାୟକ ତଥା ବିଜେଡି ଖୋର୍ଦ୍ଧାଜିଲ୍ଲା ସଭାପତି ବିଭୁତି ଭୁଷଣ ବଳବନ୍ତରାୟ ଉଦଘାଟନ କରିଥିଲେ | ଜଟଣୀ ନଗର ପାଳ ଅନନ୍ତ ବେହେରା,ଡେଲାଙ୍ଗ ବ୍ଲକ ଅଧ୍ଯକ୍ଷା ବାସନ୍ତୀ ସାହୁ,ଜଟଣୀ ଉପନଗର ପାଳ ଆରତୀ ରାଉତ ଯୋଗଦାନ କରିଥିଲେ । ଜନକଲ୍ଯାଣ ଟ୍ରଷ୍ଟ ଓ ନିଉଜ୍ ଓଡିଶାର ଅଧ୍ଯକ୍ଷ ନବୀନ୍ କୁମାର ମହାପାତ୍ର ଅଧ୍ଯକ୍ଷତା କରିଥିଲେ | ବରିଷ୍ଠ ସଦସ୍ଯ ହରପ୍ରସାଦ ମିଶ୍ର ସଂଯୋଜନା ଭାର ଗ୍ରହଣ କରିଥିଲେ | ଏହି ପରିପ୍ରେକ୍ଷିରେ ନିଉଜ୍ ଓଡିଶାର ପ୍ରଥମ ଖବର କାଗଜ ଉନ୍ମୋଚନ ହୋଇଥିଲା | ମଧ୍ଯାହ୍ନରେ ଉପସଭାପତି ଏମ୍ ଡି କରିମ୍ ଙ୍କ ସଂଯୋଜନା କ୍ରମେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା | ଏହିପରିପ୍ରେକ୍ଷିରେ ଜଟଣୀ ନାଗରିକ କମିଟିର ସଭାପତି ମନ୍ମଥ ରାଉତରାୟ, ବିଜେପିର ବରିଷ୍ଠ ନେତା ବିଶ୍ୱରଂଜନ ବଡଜେନା, ଯୁବନେତା ସୁନୀଲ୍ ରାଉତରାୟ,ପ୍ରଶାନ୍ତ କୁମାର ବେହେରା,ସମାଜ ସେବୀ ସତୀଶ ସର୍ମା ,ସାଂସଦ ପ୍ରତିନିଧୀ ପଦ୍ମଚରଣ ପ୍ରଧାନ ଯୋଗଦାନ କରିଥିଲେ | ଶେଷରେ ବରିଷ୍ଠ ସଦସ୍ଯ ମହେଶ୍ୱର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ |ପରେ ବିଭିନ୍ନ ବିଦ୍ଯାଳୟରୁ ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା | ସଂଗଠନର ସମ୍ପାଦକ ନୀଲୁପଟ୍ଟନାୟକ ସଂଯୋଜନା  କରିଥିଲେ | ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମୁଖ୍ଯଅତିଥି,ପାଣ୍ଡବଜେନା ଫାଉଣ୍ଡେସନର ଅଧ୍ଯକ୍ଷ ସନ୍ତୋଷ କୁମାର ଜେନା ମୁଖ୍ଯବକ୍ତାଭାବେ ଯୋଗଦେଇ ଥିଲେ | ଟ୍ରଷ୍ଟର ପରାମର୍ଶ ଦାତା ନରେନ୍ଦ୍ର ମୁଦୁଲି ପ୍ରତିଭା ଅନ୍ୱେଷଣ ଉପରେ ଆଲୋକପାତ କରିଥିଲେ  |କାର୍ଯ୍ଯକ୍ରମକୁ ପ୍ରକଳ୍ପ ସଂଯୋଜକ ଜିତେନ୍ଦ୍ର ନାୟକ ସଂଯୋଜନା କରିଥିବା ବେଳେ ବିଭୁ ମହାନ୍ତି, ଋଦ୍ରନାରାୟଣ ସାହୁ,ଆଇନ୍ ଜୀବୀ ମାନସ କୁମାର ରଥ ,ବିଶ୍ୱରଂଜନ ସାହୁ,ସ୍ମିତ୍ ପ୍ରକାଶ ମହାନ୍ତୀ,ରଶ୍ମି ରଂଜନ ପ୍ରଧାନ ସହୋଯୋଗ କରିଥିଲେ |ଏହି ପରିପ୍ରେକ୍ଷିରେ ଶୁସାନ୍ତ ରାଉତ,କ୍ଷେତ୍ରବାସୀ ସାହୁ,ବନବାସୀ ସେଠୀ ,ମନୋଜ ଦଳାଇ ସାହିତ୍ଯିକ ନୀଳାମ୍ବର ମିଶ୍ର,ପ୍ରମୁଖ ସହଯୋଗ କରିଥଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୮/୨୦୨୩---୮,୨୫ Sakhigopal News,13/8/2023

ads

Blog Archive