ads

Breaking News

କନ୍ଧମାଳ ରୁ ଉଡ଼ନ୍ତା ନାଗ ସାପ ଉଦ୍ଧାର




କନ୍ଧମାଳ --- କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ 13 ୱାର୍ଡ଼ ସୁନାପାଙ୍ଗା ସାହି ରେ ଆଜି ବିରଳ ପ୍ରଜାତିର ଉଡ଼ନ୍ତା ନାଗ ସାପ ଉଦ୍ଧାର ହୋଇଛି l ସୂଚନା ପ୍ରକାରେ ଏକ ଉଡ଼ନ୍ତା ନାଗ ସାପଟି ଆମ୍ବ ଗଛରୁ ଓଲ୍ହାଇ ଗଛ ତଳେ ଥିବା ଏକ ବାଇକର ସିଟ ଭିତରେ ପଶି ଯାଇଥିଲା ।
  ସ୍ଥାନିୟ ଯୁବକ ମାନେ ଏହା ଦେଖି ପାରି ଦୁଇ ଘଣ୍ଟା ଧରି ବାଇକ ଭିତରୁ ସାପ ଟିକୁ କାଢ଼ି ବାକୁ ଉଦ୍ୟମ ଚଳାଇଥିଲେ l ଏହା ପରେ ବେଣୁ ଭାଇ କୌଣସି ପ୍ରକାରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଉପସ୍ଥିତ ଯୁବକ ମାନଙ୍କ ସହ ମିଶି ଗାଡ଼ିରୁ ସାପଟିକୁ ଉଦ୍ଧାର କରି ଥିଲେ l ଏହା ପରେ ଜଙ୍ଗଲ ରେ ଛାଡ଼ି ଦେଇ ଥିଲେ l ଏହା ଏକ ବିରଳ ପ୍ରଜାତିର ଉଡ଼ନ୍ତା ନାଗ ସାପ । ବହୁ କମ ପରିମାଣ ରେ ଆଜି କାଲି ଦେଖିବାକୁ ମିଳେ ବୋଲି ବେଣୁ ଭାଇ ପ୍ରକାଶ କରିଥିଲେ l ସେ ସାପ ଧରାଳି ଭାବେ ବାଲିଗୁଡା ଅଞ୍ଚଳରେ ବେସ ପରିଚିତ l ଏଭଳି ପଦକ୍ଷେପକୁ ଅଞ୍ଚଳ ବାସି ପ୍ରଶଂସା କରିଛନ୍ତି l
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୪/୮/୨୦୨୩-----୧୦,୨୫ Sakhigopal News,14/8/2023

ads

Blog Archive