ହାତୀ ମୃତ୍ୟ "ପ୍ରଚାର ବେଶି - ପ୍ରତିକାର କମ୍ " ଉତ୍ତର ଘୁମୁସର ବନଖଣ୍ଡ ପାଳିଲା ବିଶ୍ଵ ହସ୍ତୀ ଦିବସ
ଭଞ୍ଜନଗର ----- ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ପାଳିତ ହୋଇଛି ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ସ୍ଥାୟୀ ଚାରା ଉଦ୍ୟାନ କେନ୍ଦ୍ର ପରିସରରେ ବିଭାଗୀୟ ଅଧିକାରୀ ଙ୍କ ତତ୍ବାବଧାନରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ । ଏଥିରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା , ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ , ଏସିଏଫଓ ବିକ୍ରମ ଦେବ ପଟ୍ଟନାୟକ , ପ୍ରଭାକର ନାୟକ , ଶିକ୍ଷାବିତ୍ କୃତିବାସ ବିଶ୍ବାଳ , ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ , ଅବସରପ୍ରାପ୍ତ ବନକର୍ମଚାରୀ ଶୂଳପାଣି ଶତପଥୀ , ଅନୁପମ ବାନାର୍ଜୀ , ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ , ବିଭିନ୍ନ ସେକ୍ସନ ର ବନପାଳ , ବନରକ୍ଷୀ , ବନ ସଂରକ୍ଷଣ ସମିତି ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ହାତୀ ଙ୍କ ସୁରକ୍ଷା , ସ୍ଥାନୀୟ ଜଙ୍ଗଲ ନିକଟ ଗ୍ରାମବାସୀଙ୍କ ସୁରକ୍ଷା ନେଇ ଆଲୋଚନା ହୋଇଥିଲା । ତେବେ ବର୍ତମାନ ସମୟରେ ଉତ୍ତର ଘୁମୁସର ବନଖଣ୍ଡ ରେ ୪୦ ରୁ ଉର୍ଦ୍ଧ୍ବ ହାତୀ ଚଳପ୍ରଚଳ କରୁଛନ୍ତି । ବିଭିନ୍ନ ସମୟରେ ପଡ଼ୋଶୀ ନୟାଗଡ଼ , କନ୍ଧମାଳ ବନଖଣ୍ଡ ରୁ ହାତୀ ପଲ ଯିବାଆସିବା କରିଥାନ୍ତି । ସେମାନଙ୍କ ସୁରକ୍ଷା ଏବଂ ଲୋକଙ୍କ ଭିତରେ ସଚେତନ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଥିବା କୁହାଯାଉଛି । ଦିନରାତି କର୍ମଚାରୀ ଙ୍କ ପେଟ୍ରୋଲିଙ୍ଗ୍ ଜାରି ରହିଛି । ଗାଁ ମୁହାଁ ହେଉଛନ୍ତି ହାତୀପଲ । ବେଳେ ବେଳେ ଗାଁ ଭିତରେ ପଶି , ଘରକୁ ଘର ବୁଲୁଛନ୍ତି ହାତୀ । ଫସଲ ନଷ୍ଟ କରୁଛନ୍ତି , ବେଳେବେଳେ ହାତୀ ମଣିଷ ମୁହାଁମୁହିଁ ହେଉଛନ୍ତି । କେତେବେଳେ ହାତୀର ମୃତ୍ୟୁ ହେଉଛି ତ' , କେତେବେଳେ ମଣିଷର ଜୀବନ ଯାଉଛି । ବିଗତ ବର୍ଷ ମାନଙ୍କ ଅପେକ୍ଷା , ଗତ ଏକ ବର୍ଷ ମଧ୍ୟରେ ଉତ୍ତର ଘୁମୁସର ବନଖଣ୍ଡ ରେ ହାତୀ ପ୍ରସଙ୍ଗ ଚର୍ଚ୍ଚା ରେ ରହି ଆସିଛି । ବିଶେଷ କରି ଗୋଟିଏ ବର୍ଷ ମଧ୍ୟରେ କ୍ରମାଗତ ଭାବେ ୭ ଟି ହାତୀ ଙ୍କ ମୃତ୍ୟୁ କୁ ନେଇ , ସମଗ୍ର ରାଜ୍ୟରେ ନିନ୍ଦିତ ହେବାକୁ ପଡ଼ିଛି ଉତ୍ତର ଘୁମୁସର ବନଖଣ୍ଡକୁ । ହାତୀ ମୃତ୍ୟୁ ହେଲେ ସଂପୃକ୍ତ ସେକ୍ସନ ର ବନପାଳ ଏବଂ ବନରକ୍ଷୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି । ଚତୁର କୋଳାକୋଳି ନୀତିରେ, ଖସି ଯାଉଛନ୍ତି ବଡବଡିଆ । ଅଭିଯୁକ୍ତ ଙ୍କୁ ଗିରଫ ହେଉଛି । କିନ୍ତୁ ପରବର୍ତ୍ତୀ ସମୟରେ ଘଟଣାର ପ୍ରତିକାର ବ୍ୟବସ୍ଥା ହେଉନାହିଁ । କାରଣ ଖୋଜା ଯାଉନି । ଯାହା ଫଳରେ ଗୋଟିଏ ବର୍ଷ ମଧ୍ୟରେ ୭ ଟି ମୂଲ୍ୟବାନ ବନ୍ୟପଶୁ ସମ୍ପଦ ର ଜୀବନ ଗଲା ବୋଲି , ବୁଦ୍ଧିଜୀବୀ ଏବଂ ସାଧାରଣ ମହଲରେ ଆଲୋଚନା ହେଉଛି । ଖାଲି ସେତିକି ନୁହେଁ , ହାତୀ ମୃତ୍ୟୁ ଦୋଷରୁ ପାତକ ଛଡ଼ାଇବା ପାଇଁ , ଗତ କିଛି ମାସ ପୂର୍ବରୁ କେତେକ କର୍ମଚାରୀଙ୍କୁ ନେଇ ବିଭାଗୀୟ ବାବୁ , ଏକ ମନ୍ଦିର ରେ ପୂଜାର୍ଚ୍ଚନା ମଧ୍ୟ କରିଥିବା ସାଧାରଣରେ ଆଲୋଚନା ହେଉଛି । ଅନ୍ୟପକ୍ଷରେ ହାତୀ ଙ୍କ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ସରକାରୀ ନିୟମ ପ୍ରକାରେ ସଭା- ସମିତି , ପ୍ରଚାର , ସଚେତନ ଓ ଘନଘନ ବୈଠକ ହେଉଛି । ହେଲେ ସେସବୁ ଯେମିତି ପ୍ରଭାବ ଶୂନ୍ୟ ଭଳି ମନେ ହେଉଛି । ଶନିବାର ଦିନ "ବିଶ୍ଵ ହସ୍ତୀ ଦିବସ" ପାଳନ ହେବା ପରେ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଆଲୋଚନା ହେଉଛି, ହାତୀଙ୍କ ସୁରକ୍ଷା ଏବଂ ମୃତ୍ୟୁହାର ରୋକିବା ରେ ଉତ୍ତର ଘୁମୁସର ବନଖଣ୍ଡର "ପ୍ରଚାର ବେଶି , ପ୍ରତିକାର କମ୍" । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୮/୨୦୨୩---୮,୧୦ Sakhigopal News,13/8/2023



