ଡିଏଭି ପିଟି ଏସ୍ ଆର ପବ୍ଲିକ ସ୍କୁଲରେ ଜାତୀୟ ପାଠାଗାରିକ ଦିବସ ପାଳନ
ଭଞ୍ଜନଗର---ଶନିବାର ଦିନ ଡିଏଭି ପିଟି ଏସ୍ ଆର ପବ୍ଲିକ ସ୍କୁଲରେ ପାଠାଗାରିକ ଦିବସ ପାଳନ କରାଯାଇଛି । ଏହି ଆନୁକୁଲ୍ୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ଉନ୍ମୋଚିତ କରିଥିଲେ । ଫାଦର୍ ଅଫ ଲାଇବ୍ରେରୀ ସାଇନ୍ସ ଡକ୍ଟର ଏସ.ଅର୍. ରଙ୍ଗନାଥନ ଫଟୋ ରେ ପୁଷ୍ପ ମାଲ୍ୟ ଅର୍ପଣ କରି ପାଠାଗାର ର ଆବଶ୍ଯକତା ଓ ବ୍ୟବହାରର ଦିଗ ପ୍ରତି ଆଲୋକପାତ କରିଥିଲେ। ଶ୍ରୀମତୀ ରାଜଲକ୍ଷ୍ମୀ ଡାକୁଆ ଦୀପ ପ୍ରଜ୍ୱଳନ କରିଥିଲେ। ପରବର୍ତ୍ତୀ ମୂହୁର୍ତ୍ତରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ,ଛାତ୍ରଛାତ୍ରୀ, ରୋଲ ଅଫ ଲାଇବ୍ରେରୀ ଓ ଲାଇବ୍ରେରୀଆନ କାର୍ଯ୍ୟକ୍ରମରେ ବିପୁଳ ଭାବେ ଅଂଶଗ୍ରହଣକରି କାର୍ଯ୍ୟକ୍ରମକୁ ସାଫଲ୍ଯ ପ୍ରଦାନ କରିଥିଲେ ।ଏହିକାର୍ଯ୍ୟକ୍ରମକୁ ଶ୍ରୀମତୀ ସସ୍ମୀତା ପଟ୍ଟନାୟକ ପରିଚାଳନା କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୮/୨୦୨୩---୭,୧୦ Sakhigopal News,12/8/2023



