ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ୧୧୪ ତମ ପ୍ରତିଷ୍ଠା ଦିବସ ପାଳିତ
ସାକ୍ଷୀଗୋପାଳ---- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ୧୧୪ ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବିଦ୍ୟାଳୟଟି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ୱାରା ୧୨,୮,୧୯୦୯ ମସିହାରେ ସ୍ଥାପିତ ହୋଇଥିଲା । ଏହି ତାରିଖକୁ ମନେ ରଖିବା ପାଇଁ ପ୍ରତିବର୍ଷ ବିଦ୍ୟାଳୟ ପକ୍ଷରୁ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଯୋଗ ଦେଇଥିବା ଅତିଥି , ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥିତିରେ ବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଧୂପ, ଦୀପ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ପରେ ଆଲୁମିନିର ସଭାପତି ତଥା ସାମ୍ବାଦିକ କିଶୋର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ଅନୁଷ୍ଠିତ ସଭାକୁ ପରିଚାଳନା କରିଥିଲେ । ଅତିଥି ଭାବେ ଡେଲାଙ୍ଗ ବ୍ଳକର ଧାନକେରା ପଞ୍ଚାୟତର କପିଳେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟବାଦୀ ଦାଶ, ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ପରିଡା, ସାମ୍ବାଦିକ ଧୀରେନ୍ଦ୍ର ସେନାପତି ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚକ୍ରଧର ମହାରଣା ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ଗୁଣଗାନ କରିଥିଲେ । ସମସ୍ତେ ଜାଣନ୍ତି ବିଦ୍ୟାଳୟ ହେଉଛି ଏକ ମଣିଷ ତିଆରି କାରଖାନା ମାତ୍ର ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ମଣିଷ ତିଆରି କାରଖାନ ସେ ସମୟରେ ନଥିଲା ଏଠାରେ ଦେଶ ସେବକ ଗଠନ କରାଯାଉଥିଲା ବୋଲି ଅତିଥି ମାନେ ମତ ରଖିଥଲେ । ଉତ୍କଲମଣି ଗୋପବନ୍ଧୁ ଦାସ ତାଙ୍କର ଏହି ବିଦ୍ୟାଳୟ ଏଠାରେ ପ୍ରଥମ କରିବା ପରେ ବିଭିନ୍ନ ଜିଲ୍ଲାରେ ଅନେକ ବିଦ୍ୟାଳୟ କରିଥିବାର ନଜିର ରହିଛି । ମାତ୍ର ଦୁଖଃ କଥା ଏତେ ପୁରୁଣା ବିଦ୍ୟାଳୟ ହୋଇଥିଲେ ମଧ୍ୟ ବର୍ତ୍ତମାନ ବିଦ୍ୟାଳୟର ଘରର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ରାଜ୍ୟ ସରକାର ଯେପରି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ପୀଠକୁ ଏøତିହ୍ୟ ପୀଠ ଭାବେ ଗ୍ରହଣ କରି ଆଜି ଜନମାନସରେ ଏକ ପର୍ଯ୍ୟଟନ କରିଛନ୍ତି । ସେହିପରି ତାଙ୍କ କର୍ମୀପୀଠକୁ ତୁରନ୍ତ ଏøତିହ୍ୟ ବିଦ୍ୟାଳୟ ଭାପେ ଗ୍ରହଣ କରି ସେହି ମହାପୁରଷଙ୍କ କର୍ମ ପୀଠକୁ ଟେକ ରଖିବା ପାଇଁ ଅତିଥି ମାନେ ମତ ପ୍ରକାଶ କରିଥିଲେ । ସେହିପରି ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ କହିଲେ କେହି ଜାଣିନଥିବା ବେଳେ ସେଠାରେ ସତ୍ୟବାଦୀ ବନ ବିଦ୍ୟାଳୟ କହିଲେ ସଙ୍ଗେ ସଙ୍ଗେ ସମସ୍ତେ ଜାଣି ପାରୁଛନ୍ତି । ଏହାକୁ ନଜର କରି ରାଜ୍ୟ ସରକାର ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିବର୍ତ୍ତନ କରି ସତ୍ୟବାଦୀ ବନ ବିଦ୍ୟାଳୟ ନାମ କରଣ କରିବା ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ଅଭିଯାନ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ରକ୍ତ ଚନ୍ଦନ ବୃକ୍ଷ ରୋପଣ କରାଯାଇଥିଲା । ଶିକ୍ଷୟତ୍ରୀ ବୈଜୟନ୍ତୀ ମିଶ୍ର ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୮/୨୦୨୩----୭,୧୦ , Sakhigopal News, 12/8/2023

.jpg)

.jpg)

