ଆଇଚାର ଗାଡି ସହ ଗୋରୁ ମାଂସ ଜବତ
ବାଙ୍କୀ---- ବାଙ୍କୀ ବ୍ଲକ ଅନ୍ତଗତ କଳାପଥର ଅଞ୍ଚଳ ରୁ ଆଇଚାର ଗାଡି ରେ କଟା ଗୋରୁ ମାଂସ ଜବତ କରିଛନ୍ତି କଳାପଥର ବଜରଙ୍ଗ ଦଳ ର କର୍ମକର୍ତ୍ତା ମାନେ ।
ଘଟଣା ରୁ ପ୍ରକାଶ ଯେ ଗତ କାଲି ରାତିରେ ଖବର ପାଇ ବାଙ୍କୀ ଏବଂ କଳାପଥର ବଜରଙ୍ଗ ଦଳ ର କର୍ମୀ ମାନେ ଗୋରୁ ଗାଡି ଆସିବାର ଛକି ବସିଥିଲେ । ତିଗିରିଆ ଅଞ୍ଚଳ ରୁ ଆସୁଥିବା ଏକ କଣ୍ଟେନର ଗାଡି ଯାହାର ନମ୍ବର MH13D,Q9798 ବୋଲି ଜଣାପଡିଛି । ଗାଡି ରେ ପଲିଥିନ ଭର୍ତ୍ତି ମେସିନ ରେ କଟା ଯାଇଥିବା ହଜାରୁ ଉର୍ଦ୍ଧ ଗୋରୁ ମାଂସ ସହ ଦୁଇ ଡ୍ରାଇଭ ଙ୍କୁ ବୈଦେଶ୍ଵର ପୋଲିସ ଅଟକ ରଖିଛି । ଏହି ଘଟଣା କଳାପଥର ଅଞ୍ଚଳ ରେ ପ୍ରଚାର ହେବା ପରେ ଜନସାଧାରଣ ଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୧୨/୮/୨୦୨୩---୮,୧୦ Sakhigopal News,12/8/2023



