ନାବାଳକକୁ ମରଣାନ୍ତକ ଆକ୍ରମଣ ଘଟଣା, ମାସେ ପରେବି ପୋଲିସ୍ ହାତ ଖାଲି
ଓଡ଼ଗାଁ:- ରୋହିବାଙ୍କ ନାବାଳକକୁ ମରଣାନ୍ତକ ଆକ୍ରମଣ ଘଟଣା ର ୧ମାସ ପରେ ବି ଓଡ଼ଗାଁ ପୋଲିସ୍ ହାତ ଖାଲି । ଘଟଣା ର ମୁଖ୍ଯ ଅଭିଯୁକ୍ତ ରୋହିବାଙ୍କ ସରପଞ୍ଚ ମହନ୍ତ ବେହେରା ଅଦ୍ୟାବଧି ଫେରାର୍ ହୋଇରହିଛନ୍ତି। ଗତମାସରେ ରୋହିବାଙ୍କ ସରପଞ୍ଚ ମହନ୍ତ ବେହେରା ଏକ ନଳା ପାଇପ୍ ରେ ସେହି ଗାଁର ଗୌରହରି ଭଞ୍ଜଙ୍କ ପୁଅ ଗଗନ ଭଞ୍ଜ (୧୮) ଙ୍କୁ ରାସ୍ତାରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଗୋଡେଇ ଗୋଡେଇ ପିଟି ଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ମହନ୍ତ ବେହେରା ଶାସକ ଦଳର ଛତ୍ରଛାୟା ତଳେ ଲୁଚି ରହିଥିବା ଓ ପୋଲିସ୍ ଜାଣିଶୁଣି ଏହି ଘଟଣାକୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରି ନୟାଗଡ଼ କଂଗ୍ରେସ ତରଫରୁ ଓଡ଼ଗାଁ ଥାନା ସମ୍ମୁଖରେ ଧାରଣା ମଧ୍ଯ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ମୂହୁର୍ତ୍ତରେ ଅପରାଧୀ କୁ ଧରିବା ପାଇଁ ନୟାଗଡ଼ ଏସ୍ପି ମୌଖିକ ପ୍ରତିଶ୍ରୁତି ଦେବା ପରେ ଧାରଣା ସ୍ଥଗିତ ହୋଇଥିଲା। କିନ୍ତୁ ପ୍ରତିଶ୍ରୁତି ର ୧୫ ଦିନ ପୂରଣ ହୋଇଥିଲେ ମଧ୍ଯ ଅପରାଧୀ ଗିରଫ ହେଇ ନାହିଁ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ବଡ଼ ବଡ଼ ଅପରାଧୀ ଙ୍କୁ ନିର୍ଦ୍ୱନ୍ଦରେ ଗିରଫ କରି ଆଦର୍ଶ ଥାନା ର ପରିଚୟ ପାଇଥିବା ଓଡ଼ଗାଁ ଥାନା ସାମାନ୍ଯ ଅପରାଧୀ କୁ ଗିରଫ କେମିତି କରିପାରୁନି???। ପୋଲିସ ଓ ଅପରାଧୀଙ୍କ ମଧୁ ଚନ୍ଦ୍ରିକା ଏବେ ସାମ୍ନାକୁ ଆସିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇ ଙ୍କ ରିପୋର୍ଟ,୧୪/୮/୨୦୨୩----୧୦,୪୫ Sakhigopal News,14/8/2023



