ads

Breaking News

ଅଭିଭାବକ ,ଶିକ୍ଷକ ,ଶିକ୍ଷୟିତ୍ରୀଙ୍କ ବୈଠକ ଓ ଆଲୋଚନା ଚକ୍ର


ଡେଲାଙ୍ଗ -ଡେଲାଙ୍ଗ ବ୍ଲକ୍ ର  ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକରେ ବିଭିନ୍ନ ବିଷୟରେ ସରକାରୀ ନିୟମାନୁସାରେ ସୁନ୍ଦର, ଶିକ୍ଷଣୀୟ, ସରଗରମ ଆଲୋଚନା ହୋଇଯାଇଛି ।  ବିଦ୍ୟାଳୟର ପ୍ରଧାନ ଶିକ୍ଷକୟିତ୍ରୀ ସତ୍ୟଭାମା ଦେବୀଙ୍କ ଆବାହକତ୍ବରେ ଅନୁଷ୍ଠିତ  ବୈଠକରେ ଶିକ୍ଷକ ଅଭୟ ଚରଣ ସାହୁ ବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ସ୍ଵାଗତ କରି ସ୍ବଚ୍ଛତା ପକ୍ଷ ପାଳନ, ସୁରଭି କାର୍ଯ୍ୟକ୍ରମ, ମାଗଣା ପୋଷାକ, ଅନଲାଇନ୍ ସାଇବର ସଚେତନତା, ବାଲ୍ୟ ବିବାହର କୁପ୍ରଭାବ, ଛାତ୍ର ଛାତ୍ରୀଙ୍କୁ ଆଦୋୖ ମାନସିକ ଚାପ ନ ଦେବା ,ଶିକ୍ଷଣ ସାମଗ୍ରୀ , ଗୁଣାତ୍ମକ ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ବିକାଶର  ବିଭିନ୍ନ ଦିଗ ଉପରେ ଉଦାହରଣ ଦେଇ ଉପସ୍ଥିତ ଅଭିଭାବକଙ୍କୁ ବୁଝାଇଥିଲେ। କମିଟି ସଭାପତି ପ୍ରମୋଦ କୁମାର ସେଠୀ,ପିଟିଏ ସଭ୍ୟ ମାଧବ ବେହେରା, ଜଟାଧାରୀ ପରିଡ଼ା,ଗୀତାରାଣୀ ନାୟକ, ସୁରମା ପରିଡ଼ା, ଶକ୍ତିମୟୀ ପରିଡ଼ା ରେସମା ବିବି,ରଜନୀ ବିବି ,ନଜମା ବିବି,ହାସିନା ବିବି,ସବିତା ସାହୁ,ଦିଲ୍ଲୀପ ସାମନ୍ତରାୟ,ପ୍ରମୋଦ ମଲ୍ଲିକ ଓ ଅନ୍ୟ ଅଭିଭାବକମାନେ ଯୋଗ ଦେଇ ବିଦ୍ୟାଳୟରେ ପିଲାମାନଙ୍କ ନିରାପତ୍ତା,ଉତ୍ତମ ଶିକ୍ଷାଦାନ ,ଶିକ୍ଷକ ନିଯୁକ୍ତି, ପିଲାମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ, ସୁଚରିତ୍ର ଗଠନ ଓ ଶୃଂଖଳା ରକ୍ଷା ଉପରେ ମୁଖ୍ୟତଃ ଗୁରୁତ୍ୱାରୋପ କରିଥିଲେ।ବିଦ୍ୟାଳୟଟି ପଟ୍ଟନାୟକିଆ ଖୋର୍ଦ୍ଧା ମୁଖ୍ୟ ରାସ୍ତାର  ପାର୍ଶ୍ବରେ ଅବସ୍ଥିତ ହୋଇଥିବାରୁ ପିଲାମାନଙ୍କ ଜୀବନ ସୁରକ୍ଷା ଦୃଷ୍ଟିରୁ ପାଠପଢା ସମୟେ ବିଦ୍ୟାଳୟ ଫାଟକ ବନ୍ଦ ରଖିବାକୁ ଓ ନିକଟରେ ଜଣେ ଶିକ୍ଷକ ଅନ୍ୟତ୍ର ବଦଳି ହୋଇଯାଇ ଥିବାରୁ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ ଚାପରୁ ମୁକ୍ତି ପାଇଁ  ବୈଠକରେ ସର୍ବସମ୍ମତ ମତପ୍ରକାଶ ପାଇଥିଲା। ବିଦ୍ୟାଳୟରେ ପାଠପଢ଼ା, ମଧ୍ୟାହ୍ନ ଭୋଜନ, ସଚେତନ ଧର୍ମୀ କାର୍ଯ୍ୟ କ୍ରମ, ବିଭିନ୍ନ ଦିବସ ପାଳନ ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟକ୍ରମର ସଠିକ୍ ଅନୁପାଳନ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ କର୍ତ୍ତବ୍ୟପରାୟଣତା , ସମୟାନୁବର୍ତ୍ତିତା ,ଦାୟିତ୍ଵବୋଧତା  ଉପରେ ଆଲୋକପାତ୍ ପୂର୍ବକ ବୈଠକରେ ଅଭିଭାବକ ମାନେ ସନ୍ତୋଷ ପ୍ରକାଶ କରିଥିଲେ।ଶିକ୍ଷକ ଟିକେଇ ଦଳାଇ,ମାନସ ରଞ୍ଜନ ସ୍ବାଇଁ, ସୋମନାଥ ବେହେରା, ପପଲିନ ପ୍ରଧାନ, ସତ୍ୟଭାମା ବେହେରା, ପ୍ରିୟତମା ସାହୁ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିବା ସହିତ ବୈଠକ ପରିଚାଳନାରେ  ସହଯୋଗ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୮/୨୦୨୩---୧୦,୫୫ Sakhigopal News,14/8/2023

ads

Blog Archive