ads

Breaking News

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ


 

ସାକ୍ଷୀଗୋପାଳ----- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୦୧ଜଣ ଛାତ୍ର ଛାତ୍ରୀ ମାନଙ୍କୁ ରାଜ୍ୟ ସରକାର ଯୋଗାଇ ଦେଇଥିବା ଦୁଇ ହଳ କରି ନୂତନ ୟୁନିଫର୍ମ  ଡ୍ରେସ ବିତରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚକ୍ରଧର ମହାରଣାଙ୍କ ଉପସ୍ଥିତିରେ ପିଲା ମାନଙ୍କୁ ନୂତନ ପୋଷାକ ବିତରଣ କରାଯାଇଥିଲା । ବିଦ୍ୟଳୟର ଶିକ୍ଷକ ବସନ୍ତ କୁମାର ସ୍ୱାଇଁ, ସୁଚିତ୍ର ଖଟେଇ ଶିକ୍ଷୟତ୍ରୀ ତପସ୍ୱିନୀ ତ୍ରିପାଠୀ, ବୈଜୟନ୍ତୀ ମିଶ୍ର ପ୍ରମୁଖ ଡ୍ରେସ ବିତରଣରେ ସହଯୋଗ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ପୋଷାକ ବିତରଣ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୮/୨୦୨୩---୫,୨୦  Sakhigopal News, 14/8/2023

ads

Blog Archive