ads

Breaking News

ମାରୁତି ସେନା ପକ୍ଷରୁ ଅସହାୟ ପରିବାରଙ୍କୁ ସହାୟତା


 
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଶ୍ୱନାଥ ପୁର ପଞ୍ଚାୟତର ବ୍ରlହ୍ମଣ ପଡା ଗ୍ରାମ ର ପିତାମ୍ବର ମହାପାତ୍ର ବୃଦ୍ଧା ପତ୍ନୀ ଶଯ୍ୟାଶାୟୀ ତିନୋଟି ପୁଅ ଦିବ୍ୟାଙ୍ଗ ଅଟନ୍ତି । ପିତାମ୍ବର  ବୃଦ୍ଧ ବୟସ ରେ  ବହୁ କଷ୍ଟରେ ଘର ଚଳାଉଛନ୍ତି । ରହିବାକୁ ଘର ଖଣ୍ଡେ ମଧ୍ୟ ନାହିଁ । ପଲିଥିନ ତଳେ ରହିଛନ୍ତି ଏହି ପରିବାର।  ବର୍ଷ ବର୍ଷ ଧରି ସରପଞ୍ଚ,ବିଡ଼ିଓ ବିଧାୟକ ଙ୍କୁ ଗୁହାରି କଲେ ମଧ୍ୟ ଫଳ କିଛି ମିଳୁନାହିଁ । ବର୍ଷl ପବନ ହେଲେ ପର ପିଣ୍ଢା ସାହାଭରଷା। ମାରୁତି ସେନାର ରାଜ୍ୟ ସଭାପତି ପପୁ ଦଳବେହେରା ଓ ସତ୍ୟବାଦୀ ମାରୁତି ସେନା ସାଖା ର ସଭାପତି ସନ୍ତୋଷ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ଏକ ଟିମ ପିତାମ୍ବର ଙ୍କ ଘରେ ପହଞ୍ଚି ରାସନ ସାମଗ୍ରୀ,ପରିବା, ଲୁଗା ଗାମୁଛା ସହିତ କିଛି  ସାମଗ୍ରୀ ପ୍ରଦାନ କରିଥିଲେ। ପ୍ରଶାନ୍ତ ମୁଦୁଲି ତାଙ୍କ ପତ୍ନୀ ଲିପ୍ସା ମୁଦୁଲି,ରାଜୁ ସାହୁ, ପ୍ରଭାତୀ ରାଉତ, ସୁଲୋଚନା ସାହୁ,, ଲତା ପ୍ରଧାନ,,  ଗଣେଶ ମଲିକ, ସଂଗ୍ରାମ ମହାପାତ୍ରଙ୍କ ସହିତ ଅନୁଷ୍ଠାନ ର ଉପଦେଷ୍ଟା ଭରତ ରାଉତ  ପ୍ରମୁଖ ଉପସ୍ଥିତ ରହିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୫/୨୦୨୩----୮,୩୫ Sakhigopal News,5/5/2023

ads

Blog Archive

Popular Posts